ଜିଲ୍ଲା ମୂଳନିବାସୀ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠିତ
ମାଲକାନଗିରି, ୧୯ ଜୁଲାଇ (ହି.ସ.) - ମାଲକାନଗିରି ଜିଲ୍ଲା ସଦର ଅନ୍ତର୍ଗତ କୁମୁଟିଗୁଡା ସ୍ଥିତ ଆଦିବାସି କମ୍ୟୁନିଟି ଗୃହରେ ଅନୁସୂଚିତ ଜାତି/ଜନଜାତି ସଙ୍ଘ ମିଳିତ କ୍ରିୟାନୁଷ୍ଠାନ କମିଟିର ସଭାପତି ଜରାଶବର ମାଢ଼ି ଙ୍କ ସଭାପତିତ୍ୱରେ ଏକ ଜରୁରୀକାଳୀନ ସଭା ଅନୁଷ୍ଠିତ ହୋଇଥିଲା। ବିଶ୍ୱ ମୂଳନିବାସୀ ଦିବସ ପା
ଜିଲ୍ଲା ମୂଳନିବାସୀ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠିତ।


ମାଲକାନଗିରି, ୧୯ ଜୁଲାଇ (ହି.ସ.) - ମାଲକାନଗିରି ଜିଲ୍ଲା ସଦର ଅନ୍ତର୍ଗତ କୁମୁଟିଗୁଡା ସ୍ଥିତ ଆଦିବାସି କମ୍ୟୁନିଟି ଗୃହରେ ଅନୁସୂଚିତ ଜାତି/ଜନଜାତି ସଙ୍ଘ ମିଳିତ କ୍ରିୟାନୁଷ୍ଠାନ କମିଟିର ସଭାପତି ଜରାଶବର ମାଢ଼ି ଙ୍କ ସଭାପତିତ୍ୱରେ ଏକ ଜରୁରୀକାଳୀନ ସଭା ଅନୁଷ୍ଠିତ ହୋଇଥିଲା। ବିଶ୍ୱ ମୂଳନିବାସୀ ଦିବସ ପାଳନ ସମୟରେ ପଛୁଆ ବର୍ଗ ଓ ଅଳ୍ପ ସଂଖ୍ୟକ ଲୋକମାନେ ବାଦ ପଡିଯାଉଥିବାରୁ ପୂର୍ବରୁ ରହିଥିବା ଅନୁସୂଚିତ ଜାତି/ଜନଜାତି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିକୁ ଭଙ୍ଗକରି ଜିଲ୍ଲା ମୂଳନିବାସୀ ମିଳିତ କ୍ରିୟାନୁଷ୍ଠାନ କମିଟି ନାମରେ ଏକ ନୂତନ କମିଟି ଗଠନ କରାଯାଇଅଛି। ସର୍ବସମ୍ମତିକ୍ରମେ ଏ କମିଟିର ସଭାପତି ଜରାଶବର ମାଢ଼ି ଓ ସାଧାରଣ ସମ୍ପାଦକ ଭାବେ ହରିବନ୍ଧୁ ଗଲୋରୀଙ୍କୁ ଚୟନ କରାଯାଇଛି। ଉପଦେଷ୍ଟା କମିଟିରେ ପ୍ରଭାକର ହନ୍ତାଳ, ରଥୀକୃଷ୍ନ ପାତ୍ର, ବାଲାରାଜୁ ଗେମେଲ, ଘନଶ୍ୟାମ ମାଡକାମୀ, ଗୋପୀ ପାଙ୍ଗି ଓ ବିଜୟ ପୁସୁର ସ୍ଥାନ ପାଇଥିବା ବେଳେ କାର?୍ୟ୍ୟକାରୀ ସଭାପତି ସୋନୁ ଅନୁଗୁ ଓ ଜିଲ୍ଲା ସଂଯୋଜକ ଭାବେ ଡମ୍ବରୁ ବାଘଙ୍କୁ ଚୟନ କରାଯାଇଛି। ଉପ ସଭାପତି ଭାବେ ଘେନୁ ମୁଦୁଲି, ଇର୍ମା ପଡ଼ିଆମୀ, ବଳରାମ ଅନୁଗୁଳି ଆ, ମୁକ୍ତା ହନ୍ତାଳ, ବି,କାମେଶ୍ୱର ରାଓ ଓ ମନୋଜ ମାଳି ସ୍ଥାନ ପାଇଥିବା ବେଳେ ଯୁଗ୍ମ ସମ୍ପାଦକ ଭାବେ ସଚିନ ଡୋର, ହରି ଗଲୋରୀ, ଯୁଧିଷ୍ଠିର ବେହେରା, ସହଦେବୀ ମାଢ଼ି, କୁମାର ଜାଲିଆ ଓ ଗୁରୁ ଦଳପତିଙ୍କୁ ଚୟନ କରାଯାଇଅଛି। ସାଙ୍ଗଠନିକ ସଂପାଦକ ଭାବେ ସଦାଶିବ ପୂଜାରୀ, ମଦନ ଖସଲା, ଆନନ୍ଦ ପାଙ୍ଗି,ଭଦ୍ର ଦୁରୁଆ, ସନାତନ କବାସୀ ଓ ଲକ୍ଷ୍ମଣ ଗୌଡ଼ ସ୍ଥାନ ପାଇଥିବା ବେଳେ କଣ୍ଟେଶ୍ୱର ପୋଟଲାଙ୍କୁ କୋଷାଧ୍ୟକ ଭାବେ ଚୟନ କରାଯାଇଅଛି। ବିଶ୍ୱ ମୂଳନିବାସୀ ଦିବସ ପାଳନ ଉପଲକ୍ଷେ ଚଳିତ ମାସ ୨୩ ତାରିଖରେ ପୁନର୍ବାର ଏକ ପ୍ରସ୍ତୁତି ବୈଠଜ ଅନୁଷ୍ଠିତ ହେବ ବୋଲି କ୍ରିୟାନୁଷ୍ଠାନ କମିଟିର ସଭାପତି ଜରାଶବର ମାଢ଼ି ସୂଚନା ଦେଇଛନ୍ତି। ଆଜିର ଏହି ବୈଠକରେ ଜିଲ୍ଲାର ପ୍ରାୟ ସବୁ ବର୍ଗର ମୂଳନିବାସୀମାନେ ଯୋଗ ଦେଇଥିଲେ। ହରିବନ୍ଧୁ ଗଲୋରୀ ସଭା ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ / ଭାନୁ

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande