ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ଗ୍ରାମ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ
ଭୁବନେଶ୍ୱର, 19 ଜୁଲାଇ (ହି.ସ.) ରାଜ୍ୟର ଗ୍ରାମ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଶନିବାର ଦିନ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଛନ୍ତି । ସେ ଏହି ବୈଠକରେ ବିଭିନ୍ନ ଯୋଜନାର ଅଗ୍ରଗତି ଉପରେ ପର୍ଯ୍ୟା
ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ଗ୍ରାମ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ


ଭୁବନେଶ୍ୱର, 19 ଜୁଲାଇ (ହି.ସ.) ରାଜ୍ୟର ଗ୍ରାମ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଶନିବାର ଦିନ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଛନ୍ତି । ସେ ଏହି ବୈଠକରେ ବିଭିନ୍ନ ଯୋଜନାର ଅଗ୍ରଗତି ଉପରେ ପର୍ଯ୍ୟାଲୋଚନା କରିଛନ୍ତି । ଏହି ଅବସରରେ ଗ୍ରାମ୍ୟ ଉନ୍ନୟନ ବିଭାଗ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ, ମେଗା ପାଇପ ପାନୀୟ ଜଳ ପ୍ରକଳ୍ପ, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଜଳସେଚନ ବିଭାଗ ଓ କ୍ଷୁଦ୍ର ଜଳସେଚନ ବିଭାଗର ବିଭିନ୍ନ କାର୍ଯ୍ୟ ଉପରେ ସମୀକ୍ଷା କରିବା ସହ ନୂତନ କାର୍ଯ୍ୟପନ୍ଥା‌ ଅବଲମ୍ବନ ନିମନ୍ତେ ଆଲୋଚନା କରିଛନ୍ତି । ଏହି ବୈଠକରେ ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଜୋଶୀ ଜିଲ୍ଲାପାଳ, ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ବୃନ୍ଦ, ବ୍ଲକ ଉନ୍ନୟନ ଅଧିକାରୀ ଓ‌ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande