ମାଲକାନଗିରି, ୧୯ ଜୁଲାଇ (ହି.ସ.) - ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ କାଲିମେଳା ବ୍ଲକ ଟିଗଲ ଓ ବାଡିଗାଟା ପଂଚାୟତ ରେ ଅନୁଷ୍ଠିତ ହୋଇଥିଲା । ଏଥିରେଭାରତୀୟ ଜନତା ପାର୍ଟି ରାଜ୍ୟ କୃଷକ ମୋର୍ଚ୍ଚାର ଲକ୍ଷ୍ମୀ କାନ୍ତ ତ୍ରିପାଠୀ, କାଲିମେଳାମଣ୍ଡଳ ସଭାପତି ରାମଚନ୍ଦ୍ର ବେଟି,ମଣ୍ଡଳ କୃଷକ ମୋର୍ଚା ସଭାପତି ବିଶ୍ୱଜିତ ବାଲା, ମନ୍ମଥ ବିଶ୍ୱାସ, ପୂର୍ବତନ ଜିଲ୍ଲା ପରିଷଦ ଉତମ ରାୟ, ବିଜେପି କର୍ମୀ ଇ ଭେଙ୍କଟେ ରାଓ, ବିସିକେଶନ ଦାସ, ପରିତୋଷ ମଣ୍ଡଳ, ଯୁବନେତା ଅବଧୁତ ଦୁର୍ଗା, ତୁଷାର ସରଦାର ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରି ଥିଲେ ।
ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ / ଭାନୁ
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ