ସାତ ମାସ ହେଲା ବାବୁଲାଲ ନିଖୋଜ : ବେଲଗାଁ ପୋଲିସ ଶୋଇ ରହିଛି
ବଲାଙ୍ଗିର, ୧୯ ଜୁଲାଇ (ହି.ସ.)- ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବେଲଗାଁର ବାବୁଲାଲ ତିୱାରୀ ଦୀର୍ଘ ସାତ ମାସ ହେବ ନିଖୋଜ ରହିଛନ୍ତି । ଏନେଇ ବେଲଗାଁ ଫାଣ୍ଡିରେ ଅଭିଯୋଗ ହୋଇଥିବା ବେଳେ ନିଖୋଜ ବାପାଙ୍କୁ ଖୋଜି ଆଣିବାକୁ ଝିଅ ପୁଣି ଫାଣ୍ଡି ପୁଲିସ ପାଖରେ ନିବେଦନ କରିଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ପ
ସାତ ମାସ ହେଲା ବାବୁଲାଲ ନିଖୋଜ : ବେଲଗାଁ ପୋଲିସ ଶୋଇ ରହିଛି


ବଲାଙ୍ଗିର, ୧୯ ଜୁଲାଇ (ହି.ସ.)- ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବେଲଗାଁର ବାବୁଲାଲ ତିୱାରୀ ଦୀର୍ଘ ସାତ ମାସ ହେବ ନିଖୋଜ ରହିଛନ୍ତି । ଏନେଇ ବେଲଗାଁ ଫାଣ୍ଡିରେ ଅଭିଯୋଗ ହୋଇଥିବା ବେଳେ ନିଖୋଜ ବାପାଙ୍କୁ ଖୋଜି ଆଣିବାକୁ ଝିଅ ପୁଣି ଫାଣ୍ଡି ପୁଲିସ ପାଖରେ ନିବେଦନ କରିଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ପୋଲିସ ଟେର ପାଉ ନ ଥିବା ବେଳେ କୁମ୍ଭକର୍ଣ୍ଣ ନିଦ୍ରାରେ ବେଲଗାଁ ଫାଣ୍ଡି ଅଧିକାରୀ ଜିବର୍ଦ୍ଧନ ମେହେର ଶୋଇଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ଗତ ଡ଼ିସେମ୍ବର ମାସ ୧୦ ତାରିଖ ରାତିରେ ଖାଇ ସାରିବା ପରେ ପରିବାର ବର୍ଗ ସମସ୍ତେ ଶୋଇବାକୁ ଯାଇଥିଲେ । ହେଲେ ଭୋରରୁ ଦେଖିବା ବେଳକୁ ବାବୁଲାଲ ନ ଥିବା ବେଳେ ପରିବାର ଲୋକେ ଖୋଜାଖୋଜି କରିବା ପରେ ମଧ୍ୟ ତାଂକୁ ପାଇନଥିଲେ । ଶେଷରେ ତାଙ୍କ ଝିଅ ସ୍ନେହା ତିୱାରୀ ବେଲଗାଁ ଫାଣ୍ଡିରେ ଅଭିଯୋଗ କରିଥିଲେ । ହେଲେ ଆଜି ପର୍ଯ୍ୟନ୍ତ ତାଙ୍କର କୌଣସି ଖୋଜ ଖବର ମିଳିନାହିଁ । ତେଣୁ ଝିଅ ସ୍ନେହା ତାଙ୍କ ବାପାଙ୍କୁ ଖୋଜିଆଣିବା ପାଇଁ ଅନେକ ଥର ପୁଲିସକୁ ନିବେଦନ କରିଥିବା ବେଳେ ପୋଲିସର ନିରବତା ଭୂମିକାକୁ ଆହୁରି ସନ୍ଦେହ କରି ଦେଇଛି । ଅନ୍ୟପଟେ ବେଲଗାଁ ପୋଲିସ ବାବୁ ଜଣକ ନିଖୋଜ ଥିବା ବ୍ୟକ୍ତିଙ୍କୁ ଅଭିଯୋଗ ପରେ ମଧ୍ୟ କାହିଁକି ଖୋଜାଖୋଜି କରୁନାହାନ୍ତି ନା ଜାଣିକି ଚୁପଚାପ ରହୁଛନ୍ତି ତାକୁ ନେଇ ଉଠୁଛି ବଡ଼ ପ୍ରଶ୍ନ। ନିଖୋଜ ଥିବା ବ୍ୟକ୍ତିଙ୍କ ଘର ସାମ୍ନାରେ ଏକ ଏଟିଏମ ମଧ୍ୟ ରହିଛି ଓ ସିସିଟିଭି ମଧ୍ୟ ଲାଗିଛି ହେଲେ କିଭଳି ଭାବେ ଭିଡିଓ ରହିଲା ନାହିଁ ଘଟଣାକୁ ନେଇ ଅନେକ ସନ୍ଦେହ ଦେଖାଦେଇଛି । ବେଲଗାଁ ଫାଣ୍ଡିର ଶ୍ରୀ ମେହେର ଦାୟିତ୍ୱ ନେବା ପରେ ଚୋରୀ, ଡ଼କାୟତି ବଢ଼ିବାରେ ଲାଗିଛି। ବେଲଗାଁ ପଟରୁ ଅନେକ ଗାଡି ମୋଟର ଯାତାୟାତ କରୁଥିବା ବେଳେ ଗଞ୍ଜେଇ, ଚାଉଳ, ମହୁଲ ଫୁଲ, ମଦ ଭଳି ଅନେକ ଦ୍ରବ୍ୟ ବେଆଇନ ଭାବେ ଚୋରା ଚାଲାଣ ହେଉଛି ହେଲେ ବାବୁ ଜଣକ ମୋଟା ଅଙ୍କର ନେଇ ଗାଡି ଗୁଡିକ ଛାଡୁ ଥିବା ଚର୍ଚ୍ଚା ହେଉଛି । ବେଆଇନ ଗାଡିକୁ ସନ୍ଦେହ କଲେ ଗାଡିକୁ ଦୌଡେଇ ଦୌଡେଇ ଧରି ଡିଲ କରି ଛାଡି ଦେଉଥିବା ସାଙ୍ଘାତିକ ଅଭିଯୋଗ ଆସିଛି । ତେବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେଇ ନିଖୋଜ ବ୍ୟକ୍ତିକୁ ଉଦ୍ଧାର କରିବା ସହ ଦାୟିତ୍ଵରେ ଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି । ଏନେଇ ବେଲଗାଁ ଫାଣ୍ଡି ଅଧିକାରୀ ଜୀବର ଧନ ମେହେରଙ୍କୁ ଫୋନ ଯୋଗେ ପଚାରିବାରୁ ତୁମେ କିଏ ତମକୁ କାହିଁକି ଉତ୍ତର ଦେବୁ ବୋଲି ରୋକଠୋକ ଉତ୍ତର ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande