କେନ୍ଦୁଝର, ୧୯ ଜୁଲାଇ (ହି.ସ.) - ପାଟଣା ବ୍ଲକ କେନ୍ଦେଇପଶି ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୭୬ତମ ବନ ମହୋତ୍ସବ ପାଳିତ ହୋଇଛି । ବିଦ୍ୟାଳୟର ଅଧକ୍ଷ ଦେବଦତ ସିଂହଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ପାଟଣା ବନାଂଚଳ ଅଧିକାରୀ ବନବିହାରୀ ସର୍ଦ୍ଧାର ସଂମ୍ମାନିତ ଅତିଥିଭାବେ ଯୋଗ ଦେଇ ମା ପାଇଁ ଗଛ ଟିଏ ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ । ବନପାଳ ନିରଞ୍ଜନ ସେଠୀଙ୍କ ସହ ବନ କର୍ମଚାରୀ ସହଯୋଗ କରିଥିଲେ ପରିଶେଷରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଗ୍ରହଣରେ ବିଦ୍ୟାଳୟର ଚତୁର୍ପାଶ୍ୱରେ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ଙ୍କ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA