ବିକଶିତ ଗାଁ, ବିକଶିତ ଓଡିଶା' ବାଟବଣା: ନିମ୍ନମାନର କାର୍ଯ୍ୟ କରି ଟଙ୍କା ଆତ୍ମସାତ ଅଭିଯୋଗ
ସମ୍ବଲପୁର, ୧୯ ଜୁଲାଇ (ହି.ସ.) - ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କେନାଧିପା ପଂଚାୟତର କେନାଧିପା ମୁଖ୍ୟ କଟାରେ ନିର୍ମାଣ ହେଉଥିବା ପାହାଚ ଘାଟ କାର୍ଯ୍ୟ ଅତି ନିମ୍ନମାନର କରାଯାଇ ମୋଟା ଅଙ୍କର ଟଙ୍କା ଆତ୍ମସାତ ଉଦ୍ୟମ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଆର୍ôଥକ ବର୍ଷ ୨୦୨୫-୨
'ବିକଶିତ ଗାଁ, ବିକଶିତ ଓଡିଶା' ବାଟବଣା: ନିମ୍ନମାନର କାର୍ଯ୍ୟ କରି ଟଙ୍କା ଆତ୍ମସାତ  ଅଭିଯୋଗ


'ବିକଶିତ ଗାଁ, ବିକଶିତ ଓଡିଶା' ବାଟବଣା: ନିମ୍ନମାନର କାର୍ଯ୍ୟ କରି ଟଙ୍କା ଆତ୍ମସାତ  ଅଭିଯୋଗ


ସମ୍ବଲପୁର, ୧୯ ଜୁଲାଇ (ହି.ସ.) - ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କେନାଧିପା ପଂଚାୟତର କେନାଧିପା ମୁଖ୍ୟ କଟାରେ ନିର୍ମାଣ ହେଉଥିବା ପାହାଚ ଘାଟ କାର୍ଯ୍ୟ ଅତି ନିମ୍ନମାନର କରାଯାଇ ମୋଟା ଅଙ୍କର ଟଙ୍କା ଆତ୍ମସାତ ଉଦ୍ୟମ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଆର୍ôଥକ ବର୍ଷ ୨୦୨୫-୨୬ ରେ କେନାଧିପା ମୁଖ୍ୟ କଟାରେ ପାହାଚ ଘାଟ ନିର୍ମାଣ ପାଇଁ ୩ଲକ୍ଷ ୬୨ହଜାର, ୨୫୯ ଟଙ୍କା ଅନୁଦାନ କରାଯାଇଛି। ପଂଚାୟତ ସମିତି ଯନ୍ତ୍ରୀଙ୍କ ତତ୍ୱାବଧାନରେ ସ୍ଥାନୀୟ ଅଂଚଳର ଜନୈକ ଠିକାଦାର ଉକ୍ତ କାର୍ଯ୍ୟ କରୁଛନ୍ତି । ମାତ୍ର ହଠାତ୍ ଯନ୍ତ୍ରୀଙ୍କ ଅନ୍ୟତ୍ର ବଦଳି ହୋଇଯିବା ସୂଚନା ପରେ ସମ୍ପୃକ୍ତ ଠିକାଦାର ଏବଂ ଯନ୍ତ୍ରୀଙ୍କ ସଲାସୁତୁରାରେ ଏହି କାର୍ଯ୍ୟକୁ ଅତି ନିମ୍ନମାନର କରି ଟଙ୍କା ଆତ୍ମସାତ କରିବାକୁ ହୀନ ଯୋଜନ କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ ପାହାଚ ଘାଟ ନିର୍ମାଣ ପାଇଁ ନିୟମ ମୁତାବକ ଠିକ ଭାବେ ବାଲି ସିମେଂଟ ଗୋଡି ଅନୁପାତ ମିଶ୍ରଣ କରାଯାଇ ନ ଥିବା ବେଳେ ପାହାଚର କିଛି ସ୍ଥାନରେ ମାଟି ଭର୍ତି କରାଯାଇଥିବା ମଧ୍ୟ ଦେଖିବାକୁ ମିଳିଛି। ସେହିପରି ପାହାଚ ଉଭୟ ପାର୍ଶ୍ୱରେ କରାଯାଇଥିବା ୱାଲ କାର୍ଯ୍ୟ ନିମ୍ନ ମାନର ହୋଇଥିବା ଯୋଗୁଁ ବର୍ଷାରେ ଧୋଇ ହୋଇଛି। ଏପରିକି ବର୍ଷା ଯୋଗୁଁ ପାହାଚ ମଧ୍ୟ ଦବିଯାଇଛି ଯାହା ଫଳରେ ରାଜ୍ୟ ସରକାର ଙ୍କ ବିକଶିତ ଗାଁ ବିକଶିତ ଓଡିଶା ବାଟବଣା ହୋଇଥିବା ଅଂଚଳରେ ଚର୍ଚ୍ଚା ହେଉଛି। ଏଣୁକରି ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି। ଏ ସମ୍ପର୍କ ରେ ଯନ୍ତ୍ରୀ ମନୋରଞ୍ଜନ ପ୍ରଧାନଙ୍କୁ ପଚାରିବାରେ କାମ ସରିନାହିଁ, କାମ ସରିଲେ ବିଲ୍ ହେବ ବୋଲି ସଫେଇ ଦେଇଛନ୍ତି। କିଛି ସ୍ଥାନରେ ପାହାଚ ଦାବିଯାଇଥିଲା, ତାକୁ ପୁନର୍ବାର ମରାମତି ପାଇଁ ଆଦେଶ ଦିଆଯାଇଛି। ବିଲ ପୂର୍ବରୁ କାମର ଗୁଣାତ୍ମକ ମାନ ଯାଂଚ ହେଲା ପରେ ଠିକାଦାରଙ୍କୁ ଟଙ୍କା ଦିଆଯିବ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande