ଲାଂଚ ନେଉଥିବା ବେଳେ ବିଏସଏଫ କାର୍ଯ୍ୟାଳୟରେ ନିଯୁକ୍ତ ଅଧିକାରୀଙ୍କୁ ଗିରଫ କଲା ସିବିଆଇ
ନୂଆଦିଲ୍ଲୀ, ୧୯ ଜୁଲାଇ (ହି.ସ.)- ଦିଲ୍ଲୀରେ ସୀମା ସୁରକ୍ଷା ବଳ (ବିଏସଏଫ) କାର୍ଯ୍ୟାଳୟରେ ନିଯୁକ୍ତ ସହକାରୀ ଆକାଉଂଟସ୍ ଅଧିକାରୀ (ଏଏଓ)ଙ୍କୁ ୪୦,୦୦୦ ଟଙ୍କା ଲାଂଚ ନେଉଥିବା ସମୟରେ ସିବିଆଇ ଗିରଫ କରିଛି । ୧୮ ଜୁଲାଇରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ଯେତେବେଳେ ସିବିଆଇ ଏକ ଅଭିଯୋଗ ପାଇଥିଲ
ଲାଂଚ ନେଉଥିବା ବେଳେ ବିଏସଏଫ କାର୍ଯ୍ୟାଳୟରେ ନିଯୁକ୍ତ ଅଧିକାରୀଙ୍କୁ ଗିରଫ କଲା ସିବିଆଇ


ନୂଆଦିଲ୍ଲୀ, ୧୯ ଜୁଲାଇ (ହି.ସ.)- ଦିଲ୍ଲୀରେ ସୀମା ସୁରକ୍ଷା ବଳ (ବିଏସଏଫ) କାର୍ଯ୍ୟାଳୟରେ ନିଯୁକ୍ତ ସହକାରୀ ଆକାଉଂଟସ୍ ଅଧିକାରୀ (ଏଏଓ)ଙ୍କୁ ୪୦,୦୦୦ ଟଙ୍କା ଲାଂଚ ନେଉଥିବା ସମୟରେ ସିବିଆଇ ଗିରଫ କରିଛି । ୧୮ ଜୁଲାଇରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ଯେତେବେଳେ ସିବିଆଇ ଏକ ଅଭିଯୋଗ ପାଇଥିଲା ଯେ, ବିଏସଏଫ କାର୍ଯ୍ୟାଳୟରେ ନିଯୁକ୍ତ ଏଏଓ ଧର୍ମେନ୍ଦ୍ର କୁମାର ବର୍ମା ୨ ଲକ୍ଷ ଟଙ୍କା ଲାଂଚ ମାଗୁଛନ୍ତି ।

ଅଭିଯୋଗକାରୀ କହିଛନ୍ତି ଯେ, ଅଭିଯୁକ୍ତ ଏଏଓ ତାଙ୍କ ଦରମା ଏବଂ ବକେୟା ବିଲ୍ ଦେବା ବଦଳରେ ୧୫ ରୁ ୨୦ ପ୍ରତିଶତ ଲାଂଚ ମାଗିଥିଲେ, ଯାହା ମୋଟ୍ ପ୍ରାୟ ୨ ଲକ୍ଷ ଟଙ୍କା । କଥାବାର୍ତା ସମୟରେ ନିଷ୍ପତି ନିଆଯାଇଥିଲା ଯେ, ଅଭିଯୋଗକାରୀଙ୍କ ଠାରୁ ସମ୍ପୂର୍ଣ୍ଣ ଟଙ୍କା ନିଆଯିବ । ସିବିଆଇ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ଏକ ଜାଲ ବିଛାଇ ଅଭିଯୁକ୍ତ ଏଏଓଙ୍କୁ ଲାଂଚ ନେଉଥିବା ବେଳେ ଗିରଫ କରିଥିଲା । ଏଏଓ ଧର୍ମେନ୍ଦ୍ର ପ୍ରଥମ କିସ୍ତି ଭାବରେ ଅଭିଯୋଗକାରୀଙ୍କ ଠାରୁ ୪୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଧରାପଡ଼ିଥିଲେ । ଏହି ପରିମାଣ ୨ ଲକ୍ଷ ଟଙ୍କା ଦାବିର ଏକ ଅଂଶ ଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande