କନ୍ଧମାଳ,୧୯ଜୁଲାଇ(ହି.ସ.) - ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟଶ୍ରୀ ବିଶିଙ୍କ ଅମର ଆତ୍ମାର ସଦ୍ ଗତି କାମନା କରି ଆଜି କନ୍ଧମାଳ ଜିଲ୍ଲା ର ସମାଜ ସେବା ସଂଗଠନ ୟୁଥ୍ଫର୍ଚେଞ୍ଜ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳୀ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଶୋଭାଯାତ୍ରାରେ ଫୁଲବାଣୀ ସରକାରୀ ସ୍ୱୟଂ ଶାସିତ ମହା ବିଦ୍ୟାଳୟ ର ଛାତ୍ର ମାନେ ଯୋଗ ଦେଇଥିଲେ। ସୌମ୍ୟାଶ୍ରୀ ବିସି ଙ୍କୁ ନ୍ୟାୟ ଦାବିରେ ଫୁଲବାଣୀ ଇନ୍ଦିରାଗାନ୍ଧୀ ଛକ ଠାରୁ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ଥିଲେ। ଏହି ଶ୍ରଦ୍ଧାଞ୍ଜଳୀ ଶୋଭାଯାତ୍ରା ରେ ସଂଗଠନ ର ସଭାପତି ଅମର ଜ୍ୟୋତି ରାଇ , ଯୁବ ନେତା ରାଜେନ୍ଦ୍ର ପାଢୀ, ସମାଜସେବୀ ଓମ୍ ସ୍ୱରୂପ ପଟ୍ଟନାୟକ ଙ୍କ ସମେତ ଅନେକ ଛାତ୍ର ମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ