କନ୍ଧମାଳ ,୧୯ଜୁଲାଇ(ହି.ସ.) ବାଲେଶ୍ଵର ଜିଲ୍ଲା ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମଦାହ ଘଟଣାରେ ଶୁକ୍ରବାର ସନ୍ଧ୍ୟାରେ ଜିଲ୍ଲା ମିଳିତ ନାଗରିକ କମିଟି ଓ ବରିଷ୍ଠ ନାଗରିକ ସଂଘ କନ୍ଧମାଳ ପକ୍ଷରୁ ସମୂହ ଦୀପଦାନ କରାଯାଇଛି।ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇ ସମୂହ ଦୀପଦାନ କରାଯାଇଛି।ଶିକ୍ଷାନୁଷ୍ଠାନ ମାନଙ୍କ ରେ ଛାତ୍ରୀମାନେ ସୁରକ୍ଷିତ ମଣୁନଥିବା ବେଳେ ଶିକ୍ଷା ବିଭାଗ ପକ୍ଷରୁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ନଥିବା ଏଥିରୁ ଜଣାପଡୁଛି।ପ୍ରଶାସନିକ ଅଧିକାରୀ ଏଭଳି ନିର୍ଯ୍ୟାତନାର ଶିକାର ହେଉଥିବା ଝିଅମାନଙ୍କୁ ସୁରକ୍ଷା ପ୍ରଦାନରେ ଅବହେଳା କରୁଥିବାରୁ ଏହା ଦିନକୁ ଦିନ ବୃଦ୍ଧି ପାଉଛି।ମୃତ ସୌମ୍ୟାଶ୍ରୀଙ୍କ କ୍ଷେତ୍ରରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଫାଷ୍ଟ ଟ୍ରାକ କେସ ମାଧ୍ୟମରେ ତିନିମାସ ମଧ୍ୟରେ ଦଣ୍ଡ ବିଧାନ କରିବାକୁ ଦାବୀ କରାଯାଇଛି। ଶ୍ରଦ୍ଧାଞ୍ଜଳି ସଭାରେ ମିଳିତ ନାଗରିକ କମିଟିର ଆବାହକ ଅଶୋକ ପରିଡାଙ୍କ ସହ ପ୍ରଶାନ୍ତ ପ୍ରଧାନ, ଉମେଶ ପାତ୍ର, ଅରୁପ ଜେନା, ଜିତେନ୍ଦ୍ର ବିଷୋଇ, ପ୍ରମୋଦ ସାହୁ ,ନାରାୟଣ ସାହୁ ଓ ବରିଷ୍ଠ ନାଗରିକ କମିଟିର ସଭାପତି ପଦ୍ମ ଚରଣ ସ୍ୱାଇଁ,ପ୍ରଣବ ମଣ୍ଡଳ, ମଞୁଳା ପାଣିଗ୍ରାହୀ, ପିତାମ୍ବର ମିଶ୍ର, ବିକାଶ ମହାନ୍ତି, ମୋହନ ପ୍ରଧାନ, ଟି ରାଜଗୋପାଳ ପାତ୍ର,ବଂଶୀଧର ପଣ୍ଡା ବ୍ରଜ ପଟନାୟକ, ପଦ୍ମ ମହାନ୍ତି, ଅନିରୁଦ୍ଧ ବେହେରା, କୁନ୍ଦନ ସିଂ,ଶ୍ୟାମ ସୁନ୍ଦର ପଣ୍ଡା, ନବ କିଶୋର ରଥ ପ୍ରମୁଖ ବହୁ ବ୍ୟକ୍ତି ଦୀପଦାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ