ଜାଣିଶୁଣି ଟ୍ରକ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର କୋର୍ଟରେ ଦଣ୍ଡିତ, ଗାଡି ମାଲିକ ନିର୍ଦ୍ଦୋଷରେ ଖଲାସ
ଜୟପୁର, ୧୯ ଜୁଲାଇ (ହି.ସ.) - ଜୟପୁର ସ୍ଥିତ ଜିଲ୍ଲା କୋର୍ଟ ପକ୍ଷରୁ ଗତ ୧୨ ବର୍ଷ ପୂର୍ବେ ଜାଣତ ଏବଂ ମାତାଲ ଅବସ୍ଥାରେ ଦୁର୍ଘଟଣା ଘଟାଇବା ଯୋଗୁଁ ୮ ଜଣ ଯାତ୍ରୀଙ୍କୁ ମୃତ୍ୟୁ ହୋଇଥିବା ଘଟଣାରେ ଡ୍ରାଇଭରଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ଏବଂ ଆବଶ୍ୟକ ପ୍ରମାଣ ଅଭାବରୁ ଗାଡି ମାଲିକଙ୍କ
ଜାଣିଶୁଣି ଟ୍ରକ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର କୋର୍ଟରେ ଦଣ୍ଡିତ, ଗାଡି ମାଲିକ ନିର୍ଦ୍ଦୋଷରେ ଖଲାସ


ଜୟପୁର, ୧୯ ଜୁଲାଇ (ହି.ସ.) - ଜୟପୁର ସ୍ଥିତ ଜିଲ୍ଲା କୋର୍ଟ ପକ୍ଷରୁ ଗତ ୧୨ ବର୍ଷ ପୂର୍ବେ ଜାଣତ ଏବଂ ମାତାଲ ଅବସ୍ଥାରେ ଦୁର୍ଘଟଣା ଘଟାଇବା ଯୋଗୁଁ ୮ ଜଣ ଯାତ୍ରୀଙ୍କୁ ମୃତ୍ୟୁ ହୋଇଥିବା ଘଟଣାରେ ଡ୍ରାଇଭରଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ଏବଂ ଆବଶ୍ୟକ ପ୍ରମାଣ ଅଭାବରୁ ଗାଡି ମାଲିକଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ଆଜି ଜିଲ୍ଲା ଜଜ୍ ପ୍ରଦୀପ କୁମାର ମହନ୍ତ ଏହି ମାମଲାର ବିଚାରଣା କରିବା ସହ ୨୦ଜଣଙ୍କ ସାକ୍ଷ୍ୟ ଏବଂ ୧୭ଟି ବିଭିନ୍ନ କାଗଜପତ୍ରକୁ ନେଇ ତାଙ୍କ ରାୟରେ ଅଭିଯୁକ୍ତ ଟ୍ରକ ଡ୍ରାଇଭର କୋଟପାଡ ଥାନା ବିଜରାପାଲ୍ଲୀ ଗ୍ରାମର ଗୋବର୍ଦ୍ଧନ ଗାଦବା (୪୯)ଙ୍କୁ ଦୋଷୀ ସାବ୍ୟସ୍ତ କରିବା ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ଏବଂ ୧୫ ହଜାର ଟଙ୍କା ଜରିମାନାର । ଜରିମାନା ଟଙ୍କା ଅନାଦେୟ ସ୍ଥଳେ ଅଧିକ ୧ ବର୍ଷ ୩ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ସେହିପରି ଆବଶ୍ୟକ ପ୍ରମାଣ ଅଭାବରୁ ଅନ୍ୟତମ ଅଭିଯୁକ୍ତ ଟ୍ରକ ମାଲିକ ତଥା ବୋରିଗୁମ୍ମା ଥାନା ସଦର ହାଟପଦାର ବାସିନ୍ଦା ନୀଳମାଧବ ବିଶୋୟୀଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ମାମଲା ଅନୁଯାୟୀ, ଗତ ୨୦୧୩ ମସିହା ଫେବୃୟାରୀ ୧୮ ତାରିଖରେ ଜୟପୁର ସଦରଥାନା ଡଙ୍ଗରଛିଂଚ ଗ୍ରାମପଂଚାୟତର ବାରଙ୍ଗାପୁଟ ଗ୍ରାମର ରଘୁନାଥ ଗାଦବାଙ୍କ ଝିଅର ସ୍ଥାନୀୟ କଦମଗୁଡା ଗ୍ରାମର ଜୈନିକ ଯୁବକଙ୍କ ସହ ବିବାହ ନେଇ କନ୍ୟାଯାତ୍ରୀକୁ ନେବା ପାଇଁ ଏକ ଟ୍ରକ (ଓଆର୦୭-ଇ- ୦୦୯୬)କୁ ଭଡା ଆକାରରେ ନିଆଯାଇଥିଲା । କିନ୍ତୁ ଉକ୍ତ ଦିନ ଟ୍ରକ ଡ୍ରାଇଭର ମଦ ପିଇ ବାରଙ୍ଗାପୁଟ ଗ୍ରାମରେ ବୁଲୁଥିବା ବେଳେ ସ୍ଥାନୀୟ ଗ୍ରାମର କନ୍ୟାପକ୍ଷର କିଛି ଲୋକ ଡ୍ରାଇଭର ମଦପିଇ ଗାଡିଚାଳନା କରିବାକୁ ବିରୋଧ କରିବା ଲୋକଙ୍କ ଜୀବନ ପ୍ରତି ବିପଦ ନେଇ ତାଗିଦ କରିଥିଲେ । କିନ୍ତୁ ମଦ୍ୟପ ଡ୍ରାଇଭର ପାଲଟା ବିରୋଧ କରୁଥିବା ଲୋକଙ୍କୁ ଧମକଚମକ ଦେବା ସହ ରାସ୍ତାରେ ସେମାନଙ୍କୁ ଦେଖିଦେବି ବୋଲି ଚେତାବନୀ । ଏହିପରି ଉକ୍ତ ଟ୍ରକରେ ୩୦ରୁ ଉର୍ଦ୍ଧ୍ୱ କନ୍ୟାଯାତ୍ରୀ ମହିଳା ଓ ଯୁବତୀ ମାନେ ବସି ଯାତ୍ରା କରୁଥିଲେ । ଟ୍ରକକୁ ଦୃତଗତିରେ ମଦ୍ୟପ ଡ୍ରାଇଭର ଚାଳନା କରିବା ସହ ସ୍ଥାନୀୟ ଥୁରିଡି ଗ୍ରାମ ନିକଟରେ ରାସ୍ତାର ଏକ ବୁଲାଣିରେ ଜାଣିଶୁଣି ଡ୍ରାଇଭର ଟ୍ରକକୁ ଓଲଟାଇ ଦେଇଥିଲେ । ଘଟଣାସ୍ଥଳରେ ୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ୨ ଜଣ ଜୟପୁର ଚିକିତ୍ସାଳୟ ମୃତ୍ୟୁ ହୋଇଯାଇଛି। ଏହିପରି ଅନେକ ଯାତ୍ରୀ ଆହତ ହୋଇଥିଲେ । ଏଥିନେଇ ସଦରଥାନାରେ ଏକ ମାମଲା ରୁଜୁ ହୋଇଥିଲା, ତଦନ୍ତକାରୀ ଅଧିକାରୀ ଭାବେ ଏସ.ଆଇ ନରେଶ କୁମାର ପ୍ରଧାନ ତଦନ୍ତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲେ । ସରାକାରଙ୍କ ପକ୍ଷରୁ କ୍ୟାଡେର ପବ୍ଲିକ ପ୍ରସ୍ୟୁକେଟର ମହେନ୍ଦ୍ର କୁମାର ନାଗ୍ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande