ପୁରୀ ଗୁଣ୍ଡିଚା ମନ୍ଦିରଠାରେ ଦଳା ଚକଟା ଘଟଣା
ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ବରିଷ୍ଠ ପୁଲିସ୍ ଅଧିକାରୀମାନଙ୍କ ଠାରୁ ବୟାନ ଗ୍ରହଣ କଲେ
ଭୁବନେଶ୍ବର 19 ଜୁଲାଇ (ହି.ସ.) ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଗତ ଜୁନ୍ ୨୯ ତାରିଖରେ ଦଳା ଚକଟାରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ଘଟଣାରେ ଗତ କାଲି ତା-୧୮.୦୭.୨୦୨୫, ଶୁକ୍ରବାର ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ଠାରୁ ଘଟଣା ସଂପର୍କରେ ବୟାନ ଗ୍ରହଣ କରିଛନ୍ତି ।
ଏ ସଂପର୍କରେ ରଥଯାତ୍ରା ପରିଚାଳନା ପାଇଁ ବିଭିନ୍ନ ଦାୟିତ୍ଵରେ ଥିବା ୫ ଜଣ ବରିଷ୍ଠ ପୁଲିସ୍ ଅଧିକାରୀ ଗତକାଲି ଭୁବନେଶ୍ବର ଲୋକସେବା ଭବନ ସ୍ଥିତ ଯୋଜନା ଓ ସଂଯୋଜନ ବିଭାଗ କାର୍ଯ୍ୟାଳୟଠାରେ ଭନ୍ନୟନ କମିଶନରଙ୍କ ଶୁଣାଣି ପରିପ୍ରେକ୍ଷୀରେ ସାକ୍ଷାତ କରିଥିଲେ । ସେମାନଙ୍କ ଠାରୁ ବୟାନ ରେକର୍ଡଭୁକ୍ତ କରାଯାଇଛି ।
ଆଜି ଉନ୍ନୟନ କମିଶନର ମଧ୍ୟ ରାଜ୍ୟ ପ୍ରଶାସନର ଆଉ କେତେକ ବରିଷ୍ଠ ବେସାମରିକ (ସିଭିଲ) ଓ ପୁଲିସ ଅଧିକାରୀଙ୍କ ଠାରୁ ବୟାନ ଶୁଣିବାର କାର୍ଯ୍ୟକ୍ରମ ରହିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ