ବଲାଙ୍ଗିର, 19 ଜୁଲାଇ (ହି.ସ.) ଫକୀର ମୋହନ ବିଶ୍ୱ ବିଦ୍ୟାଳୟ ରେ ଇଣ୍ଟିଗ୍ରେଟେଡ ବିଇଡି ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଉପରେ ତାଙ୍କ କଲେଜର ଏଚ୍ଓଡି ଙ୍କ ଦ୍ୱାରା ମାସ ମାସ ଧରି ହୋଇଥିବା ସେକ୍ସଉଏଲ ହେରଶମେଣ୍ଟ, ଅସଦାଚରଣ, ଦୁର୍ବ୍ୟବହାର ବିଷୟରେ ଅନେକ ଥର ସୌମ୍ୟାଶ୍ରୀ ବିଶି କଲେଜ କର୍ତ୍ତୃପକ୍ଷ, ସରକାରୀ ଦଳର ନେତା, ମନ୍ତ୍ରୀ, ପୋଲିସ, ସମସ୍ତଙ୍କୁ ବିଭିନ୍ନ ମାଧ୍ୟମରେ ଜଣାଇଲେ, ଶେଷରେ ମିଡିଆ ସାମ୍ନାରେ ଆିଲେ ବହୁତ ସଂଘର୍ଷ କଲେ ତା ପରେ ମଧ୍ୟ କୌଣସି ନ୍ୟାୟ ପାଇପାରିଲେ ନାହିଁ କି ବିଜେପି ର ଫେଲୁଅର ସରକାର ସୌମ୍ୟା ବିଶିଙ୍କୁ ବଂଚାଇ ପାରିଲେ ନାହିଁ ଶେଷରେ ସୌମ୍ୟାଶ୍ରୀ ବିଶି ଗତ ଜୁଲାଇ ୧୨ ତାରିଖ ସୌମ୍ୟାଶ୍ରୀ ନିଆଁ ଲଗାଇ ପ୍ରାଣ ଆହୁତି ଦେଇଦେଲେ ଏବଂ ଜୁଲାଇ ୧୪ ତାରିଖରେ ଭୁବନେଶ୍ୱର ରେ ତାଙ୍କର ମୃତ୍ୟୁ ହୋଇଗଲା । ତେଣୁ ଏହି ପ୍ରୟୋଜିତ ହତ୍ୟାରେ ନେତା, ମନ୍ତ୍ରୀ, ଛାତ୍ର କେତେ ଜଣ ଙ୍କ ହାତ ଅଛି କିମ୍ବା ସଂପୃକ୍ତ ସମସ୍ତଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯାଉ ଏବଂ ଓଡିଶା ସରକାରର ଫେଲୁଅର ଆଇନ ବ୍ୟବସ୍ଥା ଯୋଗୁଁ ଓଡିଶାରେ ବାରମ୍ବାର ବଢୁଥିବା ହତ୍ୟା, ଅସଦଚରଣ କୁ ନିୟନ୍ତ୍ରଣ କରାଯାଉ ବୋଲି ଆପ୍ ବଲାଙ୍ଗିର ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ କହିଥିଲେ ଏବଂ ବିଜେପି ଓଡିଶା ସରକାର ରେ ଆସିବା ଦିନ ଠୁ ଓଡିଶାରେ ବାରମ୍ବାର ହତ୍ୟା, ହେସମେଣ୍ଟ, ବଳାତ୍କାର ଏବଂ ଅନେକ କ୍ରାଇମ୍ ହେଉଛି, ଯଦି ଆମେ ଦେଖିବା ଗୋଟେ ବର୍ଷରେ ୩ ହଜାର ରୁ ଉର୍ଦ୍ଧ୍ୱ କଳାକୌାର, ଦିନକୁ ୧୫ କଳାତ୍କାର ଓଡିଶା ହେଉଛି ଏବଂ ବର୍ତ୍ତମାନ ଓଡିଶାରେ ଡେଭଲପମେଣ୍ଟ ତ ଜିରୋ କିନ୍ତୁ ଓଡିଶା ସାରା ଭାରତରେ ଅସଦାଚରଣରେ ଏକ ନମ୍ବର ମହାରାଷ୍ଟ୍ରକୁ ମଧ୍ୟ ପଛରେ ପକାଇଦେଲେ ଓଡିଶା । ଏ ସବୁ ବିଜେପି ର ନାକାମ ସରକାର ର ଉପଲବ୍ଧି, ତେଣୁ ଏହି ସବୁ ଫେଲୁଅର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏବଂ ରାଜ୍ୟ ଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ କାରଣ ଆପଣ ଓଡିଶା ଚଳାଇପାରୁନାହାନ୍ତି ବୋଲି ଆପ୍ ନେତା ଆଶିଷ ପାଣ୍ଡେ କହିଛନ୍ତି ଏବଂ ଆପ୍ ନେତା ଓ ଆପ୍ ବଲାଙ୍ଗିର ର ସଦସ୍ୟମାନେ ବଲାଙ୍ଗିର ଜିଲ୍ଲାପାଳ ଅଫିସ ସମ୍ମୁଖରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଓ ରାଜ୍ୟ ଶିକ୍ଷାମନ୍ତ୍ରୀ ତିନି ଜଣଙ୍କ କୁଶପୁତ୍ତଳିକା ଦାହ କରି ପ୍ରତିବାଦ କରିଛନ୍ତି ଏବଂ ଓଡିଶାରେ ଆଇନ ବ୍ୟବସ୍ଥା ସୁଦୃଢ କରିବା, ସୌମ୍ୟାଶ୍ରୀ ଙ୍କୁ ନ୍ୟାୟ ଦେବା ଏବଂ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ରାଜ୍ୟ ଶିକ୍ଷା ମନ୍ତ୍ରୀ ଙ୍କୁ ବହିଷ୍କାର କରିବା ଦାବି ନାଇ ଜିଲ୍ଲାପାଳଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତି ଙ୍କୁ ଦାବିପତ୍ର ଦେଇଛନ୍ତି । ଏହି ପ୍ରତିବାଦ ରେ ଆପ ବଲାଙ୍ଗିର ର ରମାକାନ୍ତ ବେହେରା, ଅଶୋକ ସୁନା, ସମ୍ରାଟ କିଶୋର ଭୋଇ, ସଦାଶିବ ମେହେର, ଅନ୍ତର୍ଯ୍ୟାମି ସାହୁ, ପଙ୍କଜ ସାହୁ, ଜୟ ପ୍ରକାଶ ମିଶ୍ର, ଅମନ ମହାପାତ୍ର, କାହ୍ନୁ ଚରଣ , ହାଡୁ ଛତ୍ରିଆ, ଦିଲିପ ମେହେର, ବାଳକୃଷ୍ଣ ନାଏକ, ରାଧେ ସାହୁ, ପ୍ରହଲ୍ଲାଦ ବାଗ, ସନ୍ତୋଷ ବେହେରା, ନିରାକାର ଭୋଇ, ଅମିତ ନାଗ ଏବଂ ଅନ୍ୟ କାର୍ଯ୍ୟକର୍ତ୍ତା ସାମିଲ ହୋଇ ଦାବିପତ୍ର ପ୍ରଦାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ