ଲସ୍ ଆଞ୍ଜେଲସ୍ ପୋଲିସ ତାଲିମ୍ କେନ୍ଦ୍ରରେ ବିସ୍ଫୋରଣ, ୩ ଅଧିକାରୀଙ୍କ ମୃତ୍ୟୁ
ୱାଶିଂଟନ୍‌, ୧୯ ଜୁଲାଇ (ହି.ସ.)- ଶୁକ୍ରବାର ସକାଳେ ଯୁକ୍ତରାଷ୍ଟ୍ରର ଲସ୍ ଆଞ୍ଜେଲସ୍ ରେ ବିସ୍ଫୋରଣରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମୋଟେଂରେ ପାର୍କରେ ଥିବା ବିସ୍କାଇଲୁଜ୍ ପୋଲିସ ତାଲିମ୍ କେନ୍ଦ୍ରରେ ଏହି ବିସ୍ଫୋରଣ ଘଟିଥିଲା । ଗୁରୁବାର କେନ୍ଦ୍ରର ଆବାସରୁ ଉଦ୍ଧାର ହୋଇଥିବା ବିସ୍ଫୋରକ ସାମଗ୍ରୀ
ଲସ୍ ଆଞ୍ଜେଲସ୍ ପୋଲିସ ତାଲିମ୍ କେନ୍ଦ୍ରରେ ବିସ୍ଫୋରଣ, ୩ ଅଧିକାରୀଙ୍କ ମୃତ୍ୟୁ


ୱାଶିଂଟନ୍‌, ୧୯ ଜୁଲାଇ (ହି.ସ.)- ଶୁକ୍ରବାର ସକାଳେ ଯୁକ୍ତରାଷ୍ଟ୍ରର ଲସ୍ ଆଞ୍ଜେଲସ୍ ରେ ବିସ୍ଫୋରଣରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମୋଟେଂରେ ପାର୍କରେ ଥିବା ବିସ୍କାଇଲୁଜ୍ ପୋଲିସ ତାଲିମ୍ କେନ୍ଦ୍ରରେ ଏହି ବିସ୍ଫୋରଣ ଘଟିଥିଲା । ଗୁରୁବାର କେନ୍ଦ୍ରର ଆବାସରୁ ଉଦ୍ଧାର ହୋଇଥିବା ବିସ୍ଫୋରକ ସାମଗ୍ରୀ ଏବଂ ଉପକରଣଗୁଡ଼ିକୁ ତଦନ୍ତ ପାଇଁ ରଖାଯାଇଥିଲା । ତଦନ୍ତ ପାଇଁ ଏଠାରେ ପହଂଚିଥିବା ଅଧିକାରୀ ଜୋଶୁଆ କେଲି-ଏକଲୁଣ୍ଡ, ଭିକ୍ଟର ଲେମସ୍ ଏବଂ ୱିଲିୟମ୍ ଅସବର୍ନ ହଠାତ୍ ବିସ୍ଫୋରଣର କବ୍ଚାରେ ଆସିଯାଇଥିଲେ, ଯାହା ଫଳରେ ଏହି ତିନି ଜଣ ଅଧିକାରୀଙ୍କ ମୃତ୍ୟୁ ଘଟିଥିଲା ।

ଏବିସି ନ୍ୟୁଜ୍ ର ଖବର ଅନୁଯାୟୀ, ସେରିଫ୍ ରବର୍ଟ ଲୁନା ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣାର ବିବରଣୀ ଦେଇ କହିଛନ୍ତି ଯେ, ବିସ୍ଫୋରଣରେ ଲସ୍ ଆଞ୍ଜେଲସ୍ ସେରିଫ୍ ର ତିନି ଜଣ ଡେପୁଟି (ପୋଲିସ୍ ଅଧିକାରୀ) ଅଧିକାରୀଙ୍କର ମୃତ୍ୟୁ ହୋଇଛି । ଅନ୍ୟ କେହି ଆହତ ହୋଇନାହାଁନ୍ତି । ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଲସ୍ ଆଞ୍ଜେଲସ୍ ର ମେୟର କରେନ୍ ବାସ୍ ସମ୍ପୃକ୍ତ ତିନି ଜଣ ପୋଲିସ ଅଧିକାରୀଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande