ମହିଳା ମହାବିଦ୍ୟାଳୟରେ ବନ ମହୋତ୍ସବ
ଜୟପୁର, ୧୯ ଜୁଲାଇ (ହି.ସ.)- ସରକାରୀ ମହିଳା ମହାବିଦ୍ୟାଳୟ ଜୟପୁର ଠାରେ ୭୬ ତମ ବନ ମହୋତ୍ସବ ପାଳିତ ହୋଇଛି । ଜାତୀୟ ସେବା ଯୋଜନା ଏବଂ ୟୁଥ ରେଡ କ୍ରସ ୟୁନିଟର ମିଳିତ ଆନୁକୁଲ୍ୟରେ ଚାରା ରୋପଣ କରାଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ବିବେକାନନ୍ଦ ସୁନା କାର୍ଯ୍ୟକ୍ରମକୁ ଉଦଘାଟନ କରି ପ୍ରଥମେ ଚାରା ର
ମହିଳା ମହାବିଦ୍ୟାଳୟରେ ବନ ଉତ୍ସବ


ଜୟପୁର, ୧୯ ଜୁଲାଇ (ହି.ସ.)- ସରକାରୀ ମହିଳା ମହାବିଦ୍ୟାଳୟ ଜୟପୁର ଠାରେ ୭୬ ତମ ବନ ମହୋତ୍ସବ ପାଳିତ ହୋଇଛି । ଜାତୀୟ ସେବା ଯୋଜନା ଏବଂ ୟୁଥ ରେଡ କ୍ରସ ୟୁନିଟର ମିଳିତ ଆନୁକୁଲ୍ୟରେ ଚାରା ରୋପଣ କରାଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ବିବେକାନନ୍ଦ ସୁନା କାର୍ଯ୍ୟକ୍ରମକୁ ଉଦଘାଟନ କରି ପ୍ରଥମେ ଚାରା ରୋପଣ କରିଥିଲେ । ଏହାପରେ ମହାବିଦ୍ୟାଳୟର କର୍ମଚାରି ଓ ଛାତ୍ରୀ ମାନେ ଚାରା ରୋପଣ କରିବା ସହ ମା ପରି ଗଛଟି ପ୍ରସଙ୍ଗରେ ଗଛର ଯତ୍ନ ପାଇ ଶପଥ କରିଥିଲେ ।ଯୁକ୍ତ ୩ ଜାତୀୟ ସେବା ଯୋଜନା ଅଧିକାରି ସୁନିତା କୁମାରି ପ୍ରଧାନ, ଯୁକ୍ତ ୨ ଜାତୀୟ ସେବା ଯୋଜନା ଅଧିକାରି ସିମା ମହାପାତ୍ର ଏବଂ ୟୁଥ ରେଡକ୍ରସ କାଉନସିଲର କନକ ଲତା ମହାପାତ୍ର ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିବା ବେଳେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏଥିରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande