ଚେନ୍ନାଇ, ୧୯ ଜୁଲାଇ (ହି.ସ.)- ସ୍ୱର୍ଗତ ଦ୍ରାବିଡ଼ ମୁନ୍ନେତ୍ର କଡ଼ଗମ (ଡିଏମକେ) ନେତା ତଥାପୂର୍ବତନ ମୁଖ୍ୟମନ୍ତ୍ରୀ ଏମ.କେ. କରୁଣାନିଧିଙ୍କ ବଡ଼ ପୁଅ ଏମ.କେ. ମୁଥୁଙ୍କ ଶନିବାର ଚେନ୍ନାଇରେ ପରଲୋକ ଘଟିଛି । ତାଙ୍କର ବୟସ ୭୭ ବର୍ଷ ଥିଲା ।
ଏମ.କେ. ମୁଥୁଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଆଜି ସକାଳ ପ୍ରାୟ ୮ଟାରେ ତାଙ୍କର ମୃତ୍ୟୁ ହୋଇଥିଲା । ଶ୍ରଦ୍ଧାଞ୍ଜଳି ପାଇଁ ତାଙ୍କ ପାର୍ଥୀବ ଶରୀରକୁ ଏନଜମ୍ବକ୍କମ ସ୍ଥିତ ତାଙ୍କ ଘରେ ରଖାଯାଇଛି ।
ଏମ.କେ. ମୁଥୁ ୧୯୪୮ ମସିହାରେ କରୁଣାନିଧିଙ୍କ ପ୍ରଥମ ପତ୍ନୀ ପଦ୍ମାବତୀଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ । ସେ ୧୯୭୦ ଦଶକରେ ତାମିଲ ସିନେମାରେ ଅଭିନେତା ଭାବରେ ଡେବ୍ୟୁ କରିଥିଲେ । ସେ 'ପିଲ୍ଲାଇଓ ପିଲାଇ', 'ସମୟାଲକରଣ', 'ଅନୈୟାବିଲକ୍କୁ', 'ଇଂଗେୟୁମ୍ ମନନ' ଏବଂ 'ପୁକ୍କାରୀ' ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ତାଙ୍କ ଅଭିନୀତ ଚଳଚ୍ଚିତ୍ରରେ କିଛି ଗୀତ ମଧ୍ୟ ଗାଇଥିଲେ । ସେ ଡିଏମକେ ମଂଚରେ ଦଳର ନୀତି ବ୍ୟାଖ୍ୟା କରି ଗୀତ ମଧ୍ୟ ଗାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ