ଜୁବୁଲୀ ଲାଇବ୍ରେରୀ ପରିଦର୍ଶନରେ ଆଇଆଇଟି ଖଡଗପୁରର ବିଶେଷଜ୍ଞ ଟିମ
ବାରିପଦା, ୧୯ ଜୁଲାଇ (ହି.ସ.) - ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଙ୍କ ଦ୍ୱାରା ବାରିପଦା ଠାରେ ନିର୍ମିତ ଓଡ଼ିଶାର ସର୍ବ ପୁରାତନ ପାଠାଗାର ଜୁବୁଲି ଲାଇବ୍ରେରୀ (ଶ୍ରୀରାମ ଚନ୍ଦ୍ର ପାଠାଗାର) ଦୀର୍ଘ ବର୍ଷ ଧରି ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା । ନିକଟ ଅତୀତରେ ଏହାର ମରାମ
IIT, Kharagpur team visit Jublee library


ବାରିପଦା, ୧୯ ଜୁଲାଇ (ହି.ସ.) - ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଙ୍କ ଦ୍ୱାରା ବାରିପଦା ଠାରେ ନିର୍ମିତ ଓଡ଼ିଶାର ସର୍ବ ପୁରାତନ ପାଠାଗାର ଜୁବୁଲି ଲାଇବ୍ରେରୀ (ଶ୍ରୀରାମ ଚନ୍ଦ୍ର ପାଠାଗାର) ଦୀର୍ଘ ବର୍ଷ ଧରି ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା । ନିକଟ ଅତୀତରେ ଏହାର ମରାମତି କାର୍ଯ୍ୟ ହୋଇଥିଲା । ତେବେ ଗତ ଜାନୁଆରୀ ୨୮ ତାରିଖରେ ଖଡଗପୁର ଆଇଆଇଟି ର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଡ. ଦାମୋଦର ଆଚାର୍ଯ୍ୟ ଓ ଜାତୀୟ ସ୍ମାରକୀ ପ୍ରାଧିକରଣ ର ଅଧ୍ୟକ୍ଷ ଡ. କିଶୋର କୁମାର ବସା ତଥା ଆମେରିକା ସ୍ଥିତ ଓଡ଼ିଶା ସମାଜର ଡ. ଅଜୟ କୁମାର ମହାନ୍ତି ପ୍ରମୁଖଙ୍କ ନେତୃତ୍ୱରେ ଶ୍ରୀରାମଚନ୍ଦ୍ର ପାଠାଗାର (ଜୁବୁଲି ଲାଇବ୍ରେରୀ) ପରିଦର୍ଶନ ପରେ ବିପଦସଙ୍କୁଳ ଥିବା ପରିସ୍ଥିତର ଅନୁଧ୍ୟାନ ପୂର୍ବକ ନିଷ୍ପତି ଅନୁଯାୟୀ ଖଡଗପୁର ଆଇଆଇଟିର ବିଶେଷଜ୍ଞ ଟିମ ଲାଇବ୍ରେରୀ ପରିଦର୍ଶନ କରିଥିଲେ. ବୈଷୟିକ ଟିମ ପାଠାଗାରର ପରିସର ତଥା ୧୨୫ ବର୍ଷ ତଳେ ୟୁରୋପ ପ୍ରାଚୀନ କଳା ସ୍ଥାପତ୍ୟ ଶୈଳୀରେ ନିର୍ମିତ ହୋଇଥିବା ବିଶାଳ ଅଟ୍ଟାଳିକାର ପରିଦର୍ଶନ ଓ ଅନୁଧ୍ୟାନ ପରେ ଏହାର ମୃତିକା ପରୀକ୍ଷା ସହ ବ୍ୟବହୃତ ହୋଇଥିବା ଚୂନ ପଥର, ଇସ୍ପାତ ଓ ଅଟ୍ଟାଳିକାର ସୁଦୃଢ ସମ୍ପର୍କିତ ସ୍ଥିତି ପରଖିବା ନେଇ ଆଗାମୀ ଦିନରେ ଇଂଜିନିୟରିଂ ଆଧାରରେ ପରୀକ୍ଷା କରିବାର ଆବଶ୍ୟକତା ଦର୍ଶାଇଥିଲେ. ତେବେ ଆଜି ଆଇ.ଆଇ.ଟି. ଖଡ଼ଗପୁରର ଆର୍କିଟେକ୍ଟ ପ୍ଲାନିଂ ବିଭାଗର ଏକ ବିଶେଷଜ୍ଞ ଦଳ ଶ୍ରୀରାମଚନ୍ଦ୍ର ଲାଇବ୍ରେରୀର ପରିଦର୍ଶନ ପୂର୍ବକ ଲାଇବ୍ରେରୀର ପୁନରୁଦ୍ଧାର କାର୍ଯ୍ୟର ଡିପିଆର ପ୍ରସ୍ତୁତି ସମ୍ବନ୍ଧିତ ବିଶେଷ ସର୍ବେକ୍ଷଣ କାର୍ଯ୍ୟ ୩ଡି ଲେଜର ସ୍କାନିଂ ମାଧ୍ୟମରେ କରାଯାଇଛି । ଏହି କାର୍ଯ୍ୟରେ ଲାଇବ୍ରେରୀର ପରିଚାଳନା ପରିଷଦର ଉପସ୍ଥିତ ସଭ୍ୟ ଏବଂ ବିଶିଷ୍ଟ ଆର୍କିଟେକ ମନୋଜ କୁଅଁର ବୈଷୟିକ ସହଯୋଗିତା ପ୍ରଦାନ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଦିଲ୍ଲୀପ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande