ନାବାଳିକାକୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତ ଗିରଫ
ଜୟପୁର, ୧୯ ଜୁଲାଇ (ହି.ସ.)- ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ମହିଳା ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ବୈପାରିଗୁଡା ଥାନା ଗୁରୁଡିପଇ ଗ୍ରାମର ଗୁରୁ ମାଛ (୨୧) । ପୋଲିସ ସୂଚନା ଅନୁଯାୟୀ, କଟନପାବାଲି ଗ୍ରାମରେ ଥିବା ଦାଦା ଘରକୁ ଅଭିଯୁକ୍ତ ଆସ
ନାବାଳିକାକୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତ ଗିରଫ


ଜୟପୁର, ୧୯ ଜୁଲାଇ (ହି.ସ.)- ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ମହିଳା ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ବୈପାରିଗୁଡା ଥାନା ଗୁରୁଡିପଇ ଗ୍ରାମର ଗୁରୁ ମାଛ (୨୧) । ପୋଲିସ ସୂଚନା ଅନୁଯାୟୀ, କଟନପାବାଲି ଗ୍ରାମରେ ଥିବା ଦାଦା ଘରକୁ ଅଭିଯୁକ୍ତ ଆସି ୩ ଦିନ ରହଥିଲେ । ରହିବା ସମୟରେ ୩୦.୧୦.୨୪ ତାରିଖରେ ନାବାଳିକା ଜଣକ ନଦୀ କୁଳକୁ ଶୌଚ ହେବାକୁ ଯାଇଥିଲେ । ସେହି ସମୟରେ ଅଭିଯୁକ୍ତ ଯାଇ ଜୋର ଜବରଦସ୍ତ ତାଙ୍କୁ ଦୁଷ୍କର୍ମ କରିଥିଲା । ନାବାଳିକା ଜଣକ ବିରୋଧ କରି ପାଟି କରିବାରୁ ଅଭିଯୁକ୍ତ ଜଣକ ମାଡ ମଧ୍ୟ ମାରିଥିଲା । ପରେ ୩୦ ମିନିଟ ସମୟ ଧରି ନାବାଳିକା ଘରକୁ ନ ଫେରିବାରୁ ନାବାଳିକାର ମା ନଦୀ କୁଳକୁ ଯାଇ ଖୋଯିବା ସମୟରେ ଅଭିଯୁକ୍ତ ଜଣକ ଦୁଷ୍କର୍ମ କରୁଥିବା ଦେଖି ପାଟି କରିବାକୁ ଅଭିଯୁକ୍ତ ଚମ୍ପଟ ମାରିଥିଲା । ନାବାଳିକାର ମା ନାବାଳିକାକୁ ଉଦ୍ଧାର କରି ଘରକୁ ଆଣି ବାପାକୁ କହିଥିଲେ । ପ୍ରଥମେ ଲୋକଲଜ୍ଜାକୁ କହି ପାରି ନଥିଲେ, କିନ୍ତୁ ପରେ ଜୟପୁର ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ମହିଳା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ସେହି ଦିନ ଠାରୁ ଅଭିଯୁକ୍ତ ଫେରାର ଥିବା ବେଳେ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ମହିଳା ଥାନା ଅଧିକାରି ଅଶ୍ରିତା ଖାଲକୋ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande