ତରଭା, 19 ଜୁଲାଇ (ହି.ସ.)
ତରଭା ଥାନା ଅନ୍ତର୍ଗତ ରାଣୀସର୍ଡI ଛକ ଠାରେ ୯କୁଇଣ୍ଟାଲ ଗଂଜେଇ ସହ ଗାଡି ଜବତ କରାଯାଇଥିବାର ଜଣାଯାଇଛି I ସୂଚନା ଅନୁଯାୟୀ ଶୁକ୍ରବାର ସକାଳରେ ବୌଦ୍ଧ ଜିଲ୍ଲା କଣ୍ଟାମାଲ ଅଞ୍ଚଳରୁ ଏକ ବୋଲେରୋ ପିକଅପ ଭେନ ଗାଡି ଦ୍ରୁତ ଗତିରେ ପଳାଉ ଥୁବାରୁ ସନ୍ଦେହ କରି ତରଭା ପୋଲିସ ପିଛା କରିଥିଲା l ଏହି ଖବର ମେଣ୍ଡା ଫାଣ୍ଡିକୁ ଖବରଦିଆ ଯାଇ ଗଂଜେଇ ଭର୍ତି ପିକଅପଭେନ ଗାଡିକୁ ପିଛା କରି ଥିଲେ I ତରଭା ପୋଲିସ ଓ ମେଣ୍ଡା ଫାଣ୍ଡି ପୋଲିସ ମିଳିତ ଭାବେ ପିକ ଅପ ଭେନ ଗାଡିକୁ ବୁରଡ଼ା ଅର୍ଜୁନପୁର ରାସ୍ତା ରଣିସର୍ଡା ଛକ ନିକଟରେ କାବୁ କରିଥିଲେ l ବଲେରୋ ଗାଡ଼ି ରେ ଗଂଜେଇ ଭର୍ତି ଥିବାଜଣାଯାଇଥିଲା l ବଲେରୋ ପିକଅପ ଭେନ ଗାଡି ନମ୍ବର ଓଡି 0୩ଏବି୯୨୮୧ ଗାଡିକୁ ଜବତ କରି ଏକ ମାମଲା ରୁଜୁ କରାଯାଇ ପ୍ରାୟ ୯୩୦ ପେକେଟ ଗଞ୍ଜେଇକୁ ମାଜିଷ୍ଟ୍ରେଟ ଦୀପ୍ତି ମୟୀ ଭୁଏଙ୍କ ଉପସ୍ଥିତତିରେ ଓଜନ କରାଯାଇ ଥିଲା I ଜବତ ହୋଉ ଥିବା ୯ କୁଇଣ୍ଟାଲ ରୁ ଅଧିକ ହେବାର ଆଶା କରାଯାଉଛି I ଏହାର ବଜାର ରେ ଆନୁମାନିକ ମୂଲ୍ୟ ପ୍ରାୟ ୨କୋଟି ଟଙ୍କା ହେବ ବୋଲି ଆଶା କରାଯାଉଛି I ସୁବର୍ଣ୍ଣପୁର ଏସ ପି ଙ୍କ ନିର୍ଦେଶ କ୍ରମେ ତରଭା ଆଇଆଇସି ଙ୍କ ନେତୃତ୍ୱରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ବଡ ଧରଣ ଗଞ୍ଜେଇ ଚୋରା ଚାଲାଣ କୁ ତରଭା ପୋଲିସ ଧରିବାରେ ସଫଳ ହୋଇଛି I ୯ କୁଇଣ୍ଟାଲ ରୁ ଅଧିକ ଗଞ୍ଜେଇ ଜବତ ହୋଇ ଥିବାର ଖବର ପାଇ ସୁବର୍ଣ୍ଣପୁର ଜିଲ୍ଲା ଏସ ପି ନାରାୟଣ ନାୟକ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦାରଖ କରିଥିଲେ I ଏସମ୍ପର୍କ ଜଣେ ବ୍ୟକ୍ତି ଙ୍କୁ ଅଟକ ରଖା ଯାଇଛି ବୋଲି ଆଇ ଆଇ ସି ଅନିତା କିଡୋ ସୂଚନା ଦେଇଛନ୍ତି I ଏହି ବଡ଼ ଧରଣ ଗଞ୍ଜେଇ ଚୋରା଼ ଚାଲାଣ କାରବାର ଧରପଗଡ଼ ରେ ଏସ ଆଇ ଶୁଭେନ୍ଦୁ ସିଂ ବାବୁ, ମେଣ୍ଡା ଫାଣ୍ଡି ଅଧିକାରୀ ଟଙ୍କଧର ଛତ୍ରିଆ, ଙ୍କ ସହ ରଞ୍ଜିତ ମହାପାତ୍ର ଏବଂ ତରଭା ଥାନା ଓ ମେଣ୍ଡା ଫାଣ୍ଡି ପୋଲିସ ଦଳ ସାମିଲ ଥିଲେ I ଘଟଣା ର ଅଧିକ ସୂଚନା ଓଜନ ସରିବ ଓ ତଦନ୍ତ ଶେଷ ହେଲେ ଦିଆଯିବ ବୋଲି ଆଇ ଆଇ ସି ପ୍ରକାଶ କରିଛନ୍ତି I ଏତେ ଅଧିକ ପରିମାଣରେ ଗଞ୍ଜେଇ ଜବତ ହେବା ପରେ ଅଞ୍ଚଳ ରେ ଚର୍ଚ୍ଚାର ବିଷୟ ହୋଇ ପଡିଛି I ଏହା ସଙ୍ଗେ ସଂଗେ ଗଞ୍ଜେଇ ଦେଖିବା ପାଇଁ ବାଟୋଇ ଙ୍କ ଭିଡ଼ ଲାଗି ରହିଛିI ଏହି ଗଞ୍ଜେଇ ଚୋରା ଚାଲାଣ ବାହାରେ ରାଜ୍ୟ ସହିତ ସମ୍ପର୍କ ରହିଥିବାର ଆଶା କରାଯାଉଛି I ଠିକ ଏହିପରି ଚଳିତ ମାସ ୧ ତାରିଖ ରେ ତରଭା ବଡ଼ ବନ୍ଦ ଠାରେ ତରଭା ପୋଲିସ ୬ କୁଇଣ୍ଟାଲ ରୁ ଅଧିକ ଗଞ୍ଜେଇ ଜବତ କରି ବିଭିନ୍ନ ମହଲରେ ଚର୍ଚ୍ଚାରେ ରହିଥିଲା---
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ