ଜୟପୁର, ୧୯ ଜୁଲାଇ (ହି.ସ.) - ବର୍ଷା ଦିନରେ ଭି ଜଳକଷ୍ଟ ଭୋଗୁଛନ୍ତି ଜୟପୁର ପୌରାଂଚଳବାସୀ। ବାରମ୍ବାର ଅଭିଯୋଗ ପରେ ବି ସହରର ୨୧ ନମ୍ବର ଏବପ୍ସ ୨୨ ନମ୍ବର ୍ୱାର୍ଡକୁ ଏଯାଏଁ ମିଳିପାରିଲା ନାହିଁ ସ୍ୱଚ୍ଛ ଓ ୨୪ ଘଂଟିଆ ଜଳଯୋଗାଣ। ସହରରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା ପ୍ରଥମେ ସମସ୍ତ ୍ୱାର୍ଡରେ ଜଳଯୋଗାଣ କରିବା ପାଇଁ କାର୍ଯ୍ୟକାରୀ ହୋଇଥିଲା କିନ୍ତୁ ଧିରେ ଧିରେ ତାହା ବନ୍ଦ ହୋଇଗଲା। ଗତକିଛି ଦିନ ହେଲା ଜୟପୁରର ଅଧିକାଂଶ ଟ୍ୟାପରେ ଆସୁଛି ଗୋଳିଆ ପାଣି। ଲୋକେ ପିଇବାକୁ ହେଲେ ନିକଟସ୍ଥ ବୋରିଙ୍ଗକୁ ଯିବାକୁ ପଡୁଛି ନଚେତ ପଡୋଶି ଘରର ମୋଟରରୁ ପାଣି ନେଉଥିବା ଅଭିଯୋଗ ହେଉଛି।
ଏନେଇ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଆଜି ରାତ୍ର ୩ଟାରୁ ଭିଷଣ ବର୍ଷା ହେଉଥିଲା। ଯାହା ଫଳରେ ପାଣି ଗୋଳିଆ ହୋଇଯାଇଥିଲା। କିନ୍ତୁ ବିଭାଗ ପକ୍ଷରୁ ବ୍ଲିଚିପ୍ସ ଏବପ୍ସ ଫିଟିକିରି ପକାଇବା ପରେ ତାହା ସ୍ୱଭାବିକ ପରିସ୍ଥିତି ସୃଷ୍ଟି ହୋଇଛି। ଆଗାମୀ ବର୍ଷା ଦିନରେ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇ କିପରି ସହରବାସୀ ସୁଦ୍ଧ ଜଳ ପିଇବେ ସେନେଇ ପ୍ରୟାସ ଜାରି ରହିଛି। ଆଜି ସହରର ତାରିଣିଛକ, ରାଜନହର ଛକ, ପ୍ରସାଦରାଓ ପେଟା, ନ୍ୟୁ ବ୍ୟାଙ୍କ କଲୋନୀ, କୁମ୍ଭାରସାହି ଆଦି ଅଂଚଳରେ ଥିବା ସମସ୍ତ ଟ୍ୟାପରେ ଗୋଳିଆ ପାଣି ଆସୁଥିବା ଦେଖିବାକୁ ମିଳିଥିଲା। ବର୍ଷା ମାସରେ ଯଦି ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହିପରି ଗୋଳିଆ ପାଣି ଛଡାଯାଏ ତେବେ ଆଗାମୀ ଦିନରେ ଜୟପୁର ବାସୀଙ୍କୁ ଡାଇରିଆ ହେବା ସୁନିଶ୍ଚିତ ବୋଲି ସହରରେ ଆଲୋଚନା ହେଉଛି।
ହିନ୍ଦୁସ୍ଥାନ ସମାଚାର / ପିକେପି