ଭୁବନେଶ୍ୱର, ୧୯ ଜୁଲାଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଭୀଷଣ ବର୍ଷା ହୋଇଥିବା ବେଳେ ଅନ୍ୟ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି । ବରଗଡ଼ ଜିଲ୍ଲାର ବରଗଡ଼ରେ ସର୍ବାଧିକ ୭୨.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ରାୟଗଡ଼ା ଜିଲ୍ଲାର କୋଲନାରାରେ ୬୪.୪ ମି.ମି., କୋରାପୁଟ ଜିଲ୍ଲାର ବନ୍ଧୁଗାଁରେ ୬୩.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ନୱାନାରେ ୬୦.୪ ମି.ମି., ମାଲକାନଗିରି ଜିଲ୍ଲାର କୋରୁକୁଣ୍ଡାରେ ୫୮.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆରେ ୫୬.୬ ମି.ମି., କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆରେ ୫୪.୦ ମି.ମି., କୋରାପୁଟ ଜିଲ୍ଲାର ଜୟପୁରରେ ୪୯.୨ ମି.ମି., ବରଗଡ଼ ଜିଲ୍ଲାର ଅମ୍ବାଭୋନାରେ ୪୪.୦ ମି.ମି., ଝାରବନ୍ଧରେ ୪୦.୦ ମି.ମି., ଦେବଗଡ଼ ଜିଲ୍ଲାର ରିଆମାଳରେ ୩୭.୦ ମି.ମି., ସୋନପୁର ଜିଲ୍ଲାର ସୋନପୁରରେ ୩୫.୦ ମି.ମି. ଏବଂ ବରଗଡ଼ ଜିଲ୍ଲାର ଅତାବିରାରେ ୩୩.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ