ଚୋରି କରିବାକୁ ଆସି ଜୀବନ ଗଲା, ଏସଡିପିଓଙ୍କ ତଦନ୍ତ ଆରମ୍ଭ
ଜୟପୁର,୧୯ ଜୁଲାଇ (ହି.ସ.)- ଚୋରି କରିବାକୁ ଆସି ଜୀବନ ହାରିଲା ଚୋର । ଏମିତି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଅନ୍ତର୍ଗତ ଆଟିଗାଁରେ । ଗତକାଲି ରାତିରେ ୫ ଜଣ ଚୋର ଚୋରି କରିବାକୁ ଆସିଥିବା ବେଳେ ଜଣେ ଗାଁ ଲୋକଙ୍କ ହାବୁଡ଼ରେ ପଡିଗଲା । ଗାଁ ଲୋକେ ଉତ୍ତମ ମଧ୍ୟମ ଛେଚା ଦେବା ପରେ
ଚୋରି କରିବାକୁ ଆସି ଜୀବନ ହାରିଲା ଚୋର, ଏସଡିପିଓ ଙ୍କ ତଦନ୍ତ ଆରମ୍ଭ


ଜୟପୁର,୧୯ ଜୁଲାଇ (ହି.ସ.)- ଚୋରି କରିବାକୁ ଆସି ଜୀବନ ହାରିଲା ଚୋର । ଏମିତି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଅନ୍ତର୍ଗତ ଆଟିଗାଁରେ । ଗତକାଲି ରାତିରେ ୫ ଜଣ ଚୋର ଚୋରି କରିବାକୁ ଆସିଥିବା ବେଳେ ଜଣେ ଗାଁ ଲୋକଙ୍କ ହାବୁଡ଼ରେ ପଡିଗଲା । ଗାଁ ଲୋକେ ଉତ୍ତମ ମଧ୍ୟମ ଛେଚା ଦେବା ପରେ ପୋଲିସର ଜିମା ଦେଲେ । ପୋଲିସ ଚୋରକୁ ଉଦ୍ଧାର କରି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ଚୋରର ମୃତ୍ୟୁ ଘଟିଛି । ସାଇଣ୍ଟିଫିକ ଟିମ ଆସି ଘଟଣାର ତଦନ୍ତ କରୁଛି ।

ମୃତକ ବରିଗୁମ୍ମା ଥାନା ଅନ୍ତର୍ଗତ କମରା ଗାଁ ର ଭରତ ଗଣ୍ଡ l ଶନିବାର ଅପରାହ୍ନ ୨ଟା ସମୟରେ କୁନ୍ଦୁରା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚି ଶବ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରୁଛନ୍ତି ଜୟପୁର ଏସଡିପିଓ ଏବଂ ସାଇଣ୍ଟିଫିକ ଟିମ l ସୂଚନା ଅନୁଯାୟୀ, କୁନ୍ଦୁରା ବ୍ଲକ ଆଟିଗାଁ ରେ ବ୍ୟବସାୟୀ ସଚିନ୍ଦ୍ର ଗୁପ୍ତାଙ୍କ ଘରେ ରାତି ପ୍ରାୟ ୨ଟା ବେଳେ ୫ ଜଣ ଦୁବୃତ୍ତ ଚୋରି କରିବା ଉଦ୍ଦେଶ୍ୟରେ ଯାଇଥିଲେ l ବ୍ୟବସାୟଙ୍କ ଘର କବାଟ ତାଡି ଘରେ ପଶି ପରିବାର ଲୋକଙ୍କୁ ଖଣ୍ଡା ଦେଖାଇ ଭୟଭୀତ କରିଥିଲେ l ଆଉ ଏକ ଲକ୍ଷ ଟଙ୍କା, ସୁନା ଚେନ ନେବା ପରେ ବ୍ୟବସାୟୀଙ୍କ ସହ ହାତାହାତି ପରିସ୍ଥିତି ଉପୁଜିଥିଲା l ଖବର ପାଇ ଗାଁ ଲୋକେ ପହଂଚି ଥିଲେ l ଚାରି ଜଣ ଚୋର ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଜଣେ ଚୋର ଧରାପଡ଼ିଲା l ଚୋରକୁ ଉତ୍ତମ ମଧ୍ୟମ ଦେବା ପରେ କୁନ୍ଦୁରା ପୋଲିସର ଜିମା ଦେଇଥିଲେ l ପୋଲିସ ଅଭିଯୁକ୍ତକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ l ଏଠାରେ ଚିକିତ୍ସାଧିନ ଅବସ୍ଥାରେ ଚୋରର ମୃତ୍ୟୁ ଘଟିଛି l ମୃତକ ବରିଗୁମ୍ମା ଥାନା ଅନ୍ତର୍ଗତ କମରା ଗାଁ ର ଭାରତ ଗଣ୍ଡା l ଘଟଣାସ୍ଥଳରେ ଜୟପୁର ଏସଡିପିଓ ପାର୍ଥ କାଶ୍ୟପ ତଦନ୍ତ କରୁଛନ୍ତି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande