କେନ୍ଦୁଝର, ୧୯ ଜୁଲାଇ (ହି.ସ.)- କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଏବଂ ଫୁଟବଲ ଆସୋସିଏସନ ଅଫ ଓଡିଶା, ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ସହାୟତାରେ କେନ୍ଦୁଝର ଷ୍ଟାଡିୟମ ପଡିଆ ଠାରେ ଆଜି ୬୪ତମ ସାହାଣୀ କପ ସିନିଅର ଆନ୍ତଃ ଜିଲ୍ଲା ପୁରୁଷ ଫୁଟବଲ ଟୁର୍ନାମେଣ୍ଟର ଚତୁର୍ଥ ଦିବସର ଖେଳ ଅନୁଷ୍ଠିତ ହୋଇଯାଇଛି l ଆଜି ଅନୁଷ୍ଠିତ ଦ୍ୱିତୀୟ ଖେଳରେ ବାଲେଶ୍ୱର ଢେଙ୍କାନାଳ ବିପକ୍ଷରେ ୪-୦ ଗୋଲରେ ଏକ ତରଫା ବିଜୟ ଲାଭ କରି ପୁରା ପଏଣ୍ଟ ହାସଲ କରିଛି l ଦ୍ୱିତୀୟ ଖେଳର ପ୍ରଥମlର୍ଦ୍ଧ ଗୋଲ ଶୂନ୍ୟ ଭାବେ ସମାପ୍ତ ହେବାପରେ ଦ୍ୱିତୀୟର୍ଦ୍ଧରେ ବାଲେଶ୍ୱର ଦଳ ଯୋଜନାବଦ୍ଧ ଭାବେ ଆକ୍ରମଣ ରଚନା କରି ପ୍ରତିପକ୍ଷ ରକ୍ଷଣଭାଗକୁ ବ୍ୟତିବ୍ୟସ୍ତ କରିଦେଇଥିଲେ l ଦ୍ୱିତୀୟlର୍ଦ୍ଧର ୫୯ ତମ ମିନିଟରେ ଜଗନ୍ନାଥ ସୋରେନ ଦଳ ପକ୍ଷରୁ ଗୋଲର ଶୁଭାରମ୍ଭ କରିଥିବା ବେଳେ ୬୨ ତମ ଏବଂ ୬୯ତମ ମିନିଟରେ ରାଜୁ ସିଂହ ଦୁଇଟି ଗୋଲ ସ୍କୋର କରିଥିଲେ ଏବଂ ୮୦+୧ ମିନିଟରେ ବାଲେଶ୍ୱର ପକ୍ଷରୁ ୧୦ ନମ୍ବର ଖେଳାଳି ମଧୁ ସୋରେନ ଦଳ ପକ୍ଷରୁ ଆଉ ଏକ ଗୋଲ ସ୍କୋର କରି ବିଜୟ ବ୍ୟବଧାନ ୪-୦ କୁ ବୃଦ୍ଧି କରିଥିଲେ l
ଦ୍ୱିତୀୟ ଖେଳରେ ଚକ୍ରଧର ଚାଟlର ରେଫରୀ ଦାୟିତ୍ୱ ତୁଲାଇ ଥିବା ବେଳେ ଲାଇନରେ ରତ୍ନାକର ସୋରେନ ଓ ଜଗନ୍ନାଥ କହ୍ନର ସହାୟତା କରିଥିଲେ l ଚତୁର୍ଥ ରେଫରୀ ଥିଲେ ରାଇ ମୋହନ ମୁର୍ମୁ l ଫୁଟବଲ ଆସୋସିଏସନ ଅଫ ଓଡିଶା ପକ୍ଷରୁ ଫାଓର ଯୁଗ୍ମ ସମ୍ପାଦକ ବିଶ୍ୱ ରଞ୍ଜନ ଘଡେଇ କେନ୍ଦୁଝର ଜୋନ ପାଇଁ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିବା ବେଳେ ସଞ୍ଜୟ କୁମାର ନାଏକ, କରୁଣାକର ବେହେରା ଓ ସନ୍ତୋଷ ମହାରଣା ଚୟନକର୍ତ୍ତା ଭାବେ ସୁରେଶ କୁମାର ଦାଶ ମ୍ୟାଚ କମିଶନର ଦାୟିତ୍ୱ ନିର୍ବାହ କରିଥିଲେ l ଏହି ପ୍ରତିଯୋଗିତାରେ ଭାଷ୍ୟକାର ପ୍ରେମାନନ୍ଦ ମହାନ୍ତ ଧାରବିବରଣୀ ପ୍ରଦାନ କରିବା ସହ ଉପସ୍ଥିତ ଦର୍ଶକ ମାନଙ୍କୁ ବିମୋହିତ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA