ଅଜଣା ଗାଡି ଧକ୍କାରେ ସାତ ଗୋରୁ ମୃତ
କେନ୍ଦୁଝର, 19 ଜୁଲାଇ (ହି.ସ.) କେନ୍ଦୁଝର ଜିଲ୍ଲା ଯୋଡ଼ା ଠାରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା। ଯୋଡ଼ା ସହର ନିକଟସ୍ଥ ଫ୍ଲାଏ ଓଭର ଉପରେ ଅଜଣା ଗାଡି ଧକ୍କାରେ ସାତ ଗୋରୁ ଗୋଟିଏ କୁକୁର ମରିଥିବା ଜଣାପଡିଛି। ଏହି ଘଟଣା ପରେ ରାସ୍ତା ଅବରୋଧ ହୋଇଛି। ବେପରୁଆ ଗାଡି ଚାଳନା ଯୋଗୁଁ ସବୁଦିନ କିଛ
Saven cow dead in accident


କେନ୍ଦୁଝର, 19 ଜୁଲାଇ (ହି.ସ.) କେନ୍ଦୁଝର ଜିଲ୍ଲା ଯୋଡ଼ା ଠାରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା। ଯୋଡ଼ା ସହର ନିକଟସ୍ଥ ଫ୍ଲାଏ ଓଭର ଉପରେ ଅଜଣା ଗାଡି ଧକ୍କାରେ ସାତ ଗୋରୁ ଗୋଟିଏ କୁକୁର ମରିଥିବା ଜଣାପଡିଛି। ଏହି ଘଟଣା ପରେ ରାସ୍ତା ଅବରୋଧ ହୋଇଛି। ବେପରୁଆ ଗାଡି ଚାଳନା ଯୋଗୁଁ ସବୁଦିନ କିଛି ଜିବନ ହାନି ହେଉଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଏତେ ସଂଖ୍ୟକ ଗୋରୁ ମୃତ ନେଇ ସ୍ଥାନୀୟ ଅଞ୍ଚଳରେ ଆକ୍ରୋଶ ଦେଖାଦେଇଛି। ସ୍ଥାନୀୟ ପୁଲିସ ପହଞ୍ଚି ଗୋରୁ ଗୁଡ଼ିକୁ ଉଠାଇଥିବା ବେଳେ ରାସ୍ତା ଅବରୋଧ ହଟିଥିବା ଜଣା ପଡ଼ିଛି।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande