ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪ ରେ ଢ଼େଙ୍କାନାଳ ଜିଲ୍ଲାରେ ଭୁବନ ପ୍ରଥମ
ଭୁବନ, ୧୯ ଜୁଲାଇ (ହି.ସ.) - ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ବର୍ଷ ରେ ଢ଼େଙ୍କାନାଳ ଜିଲ୍ଲାରେ ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ପ୍ରଥମ ସ୍ଥାନ ହାସଲ କରିଥିବା ଜଣାପଡିଛି । ଏଥିପାଇଁ ଭୁବନରେ ଆନନ୍ଦ ପ୍ରକାଶ ପାଇଛି। କାମାକ୍ଷା ନଗର ଏନ୍ ଏ ସି ୩୧, ହିନ୍ଦୋଳ ଏନ୍ ଏ ସି ୭୦ ନମ୍ବର ସ୍ଥାନରେ ଥିବା ବେଳେ ଢ଼େଙ୍କା
ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪ ରେ ଢ଼େଙ୍କାନାଳ ଜିଲ୍ଲାରେ ଭୁବନ ପ୍ରଥମ


ଭୁବନ, ୧୯ ଜୁଲାଇ (ହି.ସ.) - ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ବର୍ଷ ରେ ଢ଼େଙ୍କାନାଳ ଜିଲ୍ଲାରେ ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ପ୍ରଥମ ସ୍ଥାନ ହାସଲ କରିଥିବା ଜଣାପଡିଛି । ଏଥିପାଇଁ ଭୁବନରେ ଆନନ୍ଦ ପ୍ରକାଶ ପାଇଛି। କାମାକ୍ଷା ନଗର ଏନ୍ ଏ ସି ୩୧, ହିନ୍ଦୋଳ ଏନ୍ ଏ ସି ୭୦ ନମ୍ବର ସ୍ଥାନରେ ଥିବା ବେଳେ ଢ଼େଙ୍କାନାଳ ମ୍ୟୁନିସପାଲଟି ୮୬ ତମ ସ୍ଥାନରେ ରହିଛି । ଗତ ୨୦୨୩-୨୪ ବର୍ଷ ଭୁବନ ରାଜ୍ୟରେ ୯୮ ତମ ସ୍ଥାନରେ ଥିବା ବେଳେ ଚଳିତ ବର୍ଷ ୧୩ ଏବଂ ଢ଼େଙ୍କାନାଳ ଜିଲ୍ଲାରେ ପ୍ରଥମ ସ୍ଥାନ ହାସଲ କରିଥିବାରୁ ବୁଦ୍ଧିଜୀବୀ ମହଲ ଏଥିପାଇଁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ବେଜ ଙ୍କୁ ଶ୍ରେୟ ଦେବା ସହ ଉଚ୍ଚ ପ୍ରଶଂସା କରୁଛନ୍ତି । ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବେଜ ଏହାର ସମସ୍ତ ଶ୍ରେୟ ଭୁବନର ଜନ ସାଧାରଣ ,ସ୍ୱଚ୍ଛ ସାଥୀ ଓ ସ୍ୱଚ୍ଛ କର୍ମୀ ମାନଙ୍କୁ ଦେଇଛନ୍ତି । ନଗରପାଳ ଶୁଭେନ୍ଦୁ କୁମାର ସାହୁ ମଧ୍ୟ ସ୍ୱଚ୍ଛ ସାଥୀ,ସ୍ୱଚ୍ଛ କର୍ମୀ ଓ ଭୁବନ ଜନ ସାଧାରଣ ଙ୍କୁ ଶ୍ରେୟ ଦେଇ ଆମେ ସମସ୍ତେ ସଚେତନ ହୋଇ କାର୍ଯ୍ୟ କଲେ ଆସନ୍ତା ବର୍ଷ ଭୁବନ୍ ଏନ୍ ଏ ସି ସାରା ରାଜ୍ୟରେ ପ୍ରଥମ ହେବ ବୋଲି କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ସୁଶାନ୍ତ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande