ତୁଷୁରା କ୍ଲଷ୍ଟର ସ୍ତରୀୟ ପ୍ରଥମ ମାସିକ ବୈଠକ ଧାନଘରା ୟୁପି ସ୍କୁଲ୍ ଠାରେ ଅନୁଷ୍ଠିତ
ବଲାଙ୍ଗିର, ୧୯ ଜୁଲାଇ (ହି.ସ.)- ଚଳିତ ଶିକ୍ଷାବର୍ଷ ୨୦୨୫-୨୬ ର ପ୍ରଥମ କ୍ଲଷ୍ଟର ସ୍ତରୀୟ ବୈଠକ ଧାନଘରା ୟୁପି ସ୍କୁଲ୍ ଠାରେ ପ୍ରଧାନ ଶିକ୍ଷକ ଦୁତିଆ ସେଠଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ତୁଷୁରା ବାଳିକା ଉଚ୍ଚ ବିଦ୍ୟାଳୟର ପୂର୍ବ ପ୍ରଧାନ ଶିକ୍ଷୟିତ୍ରୀ ଭକ୍ତ ଚରଣ ଦ
ତୁଷୁରା କ୍ଲଷ୍ଟର ସ୍ତରୀୟ ପ୍ରଥମ ମାସିକ ବୈଠକ ଧାନଘରା ୟୁପି ସ୍କୁଲ୍ ଠାରେ ଅନୁଷ୍ଠିତ


ବଲାଙ୍ଗିର, ୧୯ ଜୁଲାଇ (ହି.ସ.)- ଚଳିତ ଶିକ୍ଷାବର୍ଷ ୨୦୨୫-୨୬ ର ପ୍ରଥମ କ୍ଲଷ୍ଟର ସ୍ତରୀୟ ବୈଠକ ଧାନଘରା ୟୁପି ସ୍କୁଲ୍ ଠାରେ ପ୍ରଧାନ ଶିକ୍ଷକ ଦୁତିଆ ସେଠଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ତୁଷୁରା ବାଳିକା ଉଚ୍ଚ ବିଦ୍ୟାଳୟର ପୂର୍ବ ପ୍ରଧାନ ଶିକ୍ଷୟିତ୍ରୀ ଭକ୍ତ ଚରଣ ଦାଶ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଞ୍ଚଳିକ ସାଧନ ସଂଯୋଜକ ଜଗ ମୋହନ ତ୍ରିପାଠୀ ଯୋଗଦେଇ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ପର୍ଯ୍ୟବେକ୍ଷକ ଭାବେ ଗୁଡଭେଲା ବ୍ଲକ୍ କୋଅର୍ଡିନେଟର ତଥା ଡାଏଟ୍ ବଲାଙ୍ଗିରର ପ୍ରଶିକ୍ଷିକା ସାମ୍ରାଜ୍ଞୀ ଐଶ୍ୱର୍ଯ୍ୟା ମିତ୍ରା ଯୋଗଦେଇ ଶିଶୁ ବାଟିକା ଶ୍ରେଣୀର ଶିକ୍ଷାଦାନକୁ ସମସ୍ତେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ। ତୁଷୁରା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ସାଧନ କର୍ମୀ ଭାବେ ଯୋଗଦେଇ ଜୁଲାଇ ମାସରେ ଥିବା ଶିକ୍ଷଣ କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦନା କରିଥିଲେ। ତୁଷୁରା ବାଳିକା ଉଚ୍ଚ ବିଦ୍ୟାଳୟରୁ ଜୁନ ମାସରେ ଅବସର ଗ୍ରହଣ କରିଥିବା ବିଦାୟୀ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କ୍ଲଷ୍ଟର ତରଫରୁ ସେବା ନିବୃତ୍ତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ଓ ନୂତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ଭୋଇଙ୍କୁ ସ୍ବାଗତ କରା ଯାଇଥିଲା।

ଉକ୍ତ ବୈଠକରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ନାଏକ, ମନ୍ମଥ ରାଜହଂସ, ଚନ୍ଦ୍ରଧ୍ବଜ ମେହେର, ଗୀତାଞ୍ଜଳି ପ୍ରଧାନ, ସହକାରୀ ଶିକ୍ଷକ ପୂରନ ମେହେର, ପ୍ରଭାତ କିଶୋର ରାଏ,ମୌସମ କୁମାର ମେହେର, ସହକାରୀ ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାଶ, ବିଦ୍ଯୁତ ଲତା ସାହୁ, ଦୁର୍ଗାମଣି ମହାନନ୍ଦ ତଥା ଏଲ୍.ଏଲ୍. ଏଫ୍ ତରଫରୁ ଯେମନ୍ତ ରଣା ଓ ଚନ୍ଦନ ସାହୁ ଯୋଗ ଦେଇଥିଲେ । ଶେଷରେ ବରିଷ୍ଠ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande