ମାଲକାନଗିରି, ୧୯ ଜୁଲାଇ (ହି.ସ.) - ମାଲକାନଗିରି ଜିଲ୍ଲାର ୱେବ୍ ଚାଇନାଲ ସାମ୍ବାଦିକ ଚିନ୍ତାକାଏଲୁ ନରେଶ କୁମାରଙ୍କୁ ହତ୍ୟା ଘଟଣାରେ ପୋଲିସ କୁ ମିଳିଲା ବଡ ସଫଳତା । ହତ୍ୟା କାଣ୍ଡ ରେ ସଂପୃକ୍ତ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି ମାଲକାନଗିରି ପୋଲିସ । ସେମାନେ ହେଲେ ମୋଟୁ ଥାନା ଅନ୍ତର୍ଗତ ଏମଭି ୭୫ ଗ୍ରାମର ସୁକୁମାର ରାୟ ଓ ଏମପିଭି ୮୨ ଗ୍ରାମର କଙ୍କଣ ଜୋରଦାର । ପୋଲିସ ର ସ୍ୱତନ୍ତ୍ର ଟିମ ଦୁଇ ହତ୍ୟାକାରିଙ୍କୁ ହାଇଦ୍ରାବାଦ ରୁ ଗିରଫ କରିଥିବା ନେଇ ସୁଚନା ଦେଇଛନ୍ତି ମାଲକାନଗିରି ଏସପି ବିନୋଦ ପାଟିଲ । ମୁରଲିଗୁଡା ଜଙ୍ଗଲ ରାସ୍ତାରେ ସି.ଏଚ ନରେଶ ଓ ଅନ୍ୟ କିଛି ସାମ୍ବାଦିକ ଏକ କାର ରେ ଯାଉଥିବା ବେଳେ ଦୁଇଟି ମୋଟର ସାଇକେଲରେ ୫ ଜଣ ଦୁର୍ବୁତ ଆସି ହଟାତ ଆକ୍ରମଣ କରିଥିଲେ । ଖଣ୍ଡା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବା ବେଳେ ସି.ଏଚ ନରେଶଙ୍କ ହାତରେ ଗଭୀର ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ନରେଶଙ୍କୁ ପ୍ରଥମେ ମୋଟୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଆଯାଇଥିଲା । ସେଠାରେ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ମେଡିକାଲ ପହଂଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ / ଭାନୁ
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ