ସମ୍ବଲପୁର, ୧୯ ଜୁଲାଇ (ହି.ସ.) - ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଧନକଉଡା ହାଇସ୍କୁଲ ପରିସରରେ ଆଜି ସମ୍ବଲପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଓ ସମ୍ବଲପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ କୁମାର ଭୋଇଙ୍କ ତତ୍ୱାବଧାନରେ ଜିଲ୍ଲାସ୍ତରୀୟ ଏଚଆଇଭି ସଚେତନତା ଓ କୁଇଜ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ବଲପୁର ଜିଲ୍ଲାର ୧୮ଟି ରେଡ୍ ରିବନ କ୍ଲବ ସ୍କୁଲରୁ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଓସାକସ ସଦସ୍ୟା ଶ୍ରାବଣୀ ପଟ୍ଟନାୟକ, ଡିଏସଆରସି କାଉନସିଲର, ଡିଆଇଏସ ରୋଜାଲିନ ପଣ୍ଡା, ଓଏସଟି କାଉନସିଲର ନିର୍ମଳା ପଟେଲ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଆୟୋଜିତ କୁଇଜ ପ୍ରତିଯୋଗୀତାରେ ବିଶ୍ୱ ସେବା ସରକାରୀ ଉଚ୍ଚ ବିଦ୍ୟାଳୟ, କୁଲୁଣ୍ଡି ର ଉତ୍କଳ କୁମାର ପ୍ରଧାନ ପ୍ରଥମ ଓ ବାରବାଙ୍କ ହାଇସ୍କୁଲ ର ଓମତାପ ସାମଲ ଦ୍ୱିତୀୟ ସ୍ଥାନ ଅଧିକାର କରି ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି । ଜେଆରସିଓ ବିଶ୍ୱାମିତ୍ର ଦୀପଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସଞ୍ଜୁ ଅଗ୍ରୱାଲ ମଂଚ ପରିଚାଳନା କରିଥିଲେ । ଶିକ୍ଷକ ଆନନ୍ଦ ଦଣ୍ଡସେନା, ମୀନତି ପୂଜାରୀ ଓ ସମୀର କୁମାର ଭୋଇ କୁଇଜ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ