ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଡାଇରିଆ ସଚେତନତା ରଥ
କେନ୍ଦ୍ରାପଡା, ୧୯ ଜୁଲାଇ (ହି.ସ.) ଜିଲ୍ଳା ସ୍ବାସ୍ଥ୍ୟ ସମିତି, କେନ୍ଦ୍ରାପଡା ଅନ୍ତର୍ଗତ ସହରାଞ୍ଚଳ ସ୍ବାସ୍ଥ୍ୟ କାର‌୍ୟ୍ୟକ୍ରମ ତରଫରୁ ଆଜି ସକାଳେ ଏକ ଡାଇରିଆ ସଚେତନତା ରଥ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ. ମନୋରଞ୍ଜନ ରାଉତ ଉଦ୍ଘାଟନ କରି ଡାଇରିଆ ଦୂରୀକରଣ ପଦ୍ଧତି ବିଷୟରେ କହି
ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଡାଇରିଆ ସଚେତନତା ରଥ


କେନ୍ଦ୍ରାପଡା, ୧୯ ଜୁଲାଇ (ହି.ସ.) ଜିଲ୍ଳା ସ୍ବାସ୍ଥ୍ୟ ସମିତି, କେନ୍ଦ୍ରାପଡା ଅନ୍ତର୍ଗତ ସହରାଞ୍ଚଳ ସ୍ବାସ୍ଥ୍ୟ କାର‌୍ୟ୍ୟକ୍ରମ ତରଫରୁ ଆଜି ସକାଳେ ଏକ ଡାଇରିଆ ସଚେତନତା ରଥ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ. ମନୋରଞ୍ଜନ ରାଉତ ଉଦ୍ଘାଟନ କରି ଡାଇରିଆ ଦୂରୀକରଣ ପଦ୍ଧତି ବିଷୟରେ କହିଥିଲେ । ଏହି ସଚେତନତା ରଥ ଜୁଲାଇ ୧୯ ତାରିଖରୁ ୩୧ ଜୁଲାଇ ପର‌୍ୟ୍ୟନ୍ତ କେନ୍ଦ୍ରାପଡା ପୌରାଞ୍ଚଳ ର ସମ୍ପୂର୍ଣ୍ଣ ୨୧ ଟି ୱାର୍ଡ ରେ ବୁଲି ସଚେତନତା ବାର୍ତ୍ତା ପ୍ରଦାନ କରିବ ଏବଂ ବିଶେଷ ଭାବରେ ଜନ୍ମରୁ ୫ ବର୍ଷର ପିଲା ଥିବା ଘରକୁ ଘର ବୁଲି ସହରାଞ୍ଚଳ ଆଶା କର୍ମୀ ସଚେତନତା ବାର୍ତ୍ତା ସାଙ୍ଗକୁ ଓ ଆର ଏସ ଓ ଜିଙ୍କ ବଟିକା ବାନ୍ତୁଛନ୍ତି ଓ ଏହାର ବ୍ୟବହାର କହୁଛନ୍ତି । ଏହି ଉଦ୍ଘାଟନୀ ରଥ କାର‌୍ୟ୍ୟକ୍ରମରେ ଏ ଡି ଏମ ଓ ମେଡ଼ିକାଲ ଡ. ପ୍ରମୋଦ କୁମାର ପ୍ରହରାଜ, ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ. ସଚ୍ଚିଦାନନ୍ଦ ମିଶ୍ର, ଡ. ପ୍ରଦୀପ ଦାସ, ସହରାଞ୍ଚଳ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଡ. ସୁଶ୍ରୀ ଜେନା, ଡି ପି ଏମ ମନୋରଂଜନ ସାହୁ, ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ, ଜିଲ୍ଲା ଜନ ସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶୁଭ ନାରାୟଣ ନାୟକ ଓ ସହରାଞ୍ଚଳ ଆଶା କର୍ମୀ ଓ ସହରାଞ୍ଚଳ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏହି କାର‌୍ୟ୍ୟକ୍ରମକୁ ସହରାଞ୍ଚଳ ସ୍ବାସ୍ଥ୍ୟ ସେବା ର ଆସିଷ୍ଟାଣ୍ଟ ମ୍ୟାନେଜର ମମତା ଦାଶ ପରିଚାଳନା କରିଥଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande