ଉତର ପ୍ରଦେଶ- ଯମୁନା ଏକ୍ସପ୍ରେସ ୱେରେ ହୋଇଥିବା ଦୁଇଟି ଦୁର୍ଘଟଣାରେ 6ଜଣଙ୍କ ମୃତ୍ୟୁ, 22 ଆହତ
ମଥୁରା, 19 ଜୁଲାଇ (ହି.ସ.) - ଜିଲ୍ଲାର ବଳଦେବ ଥାନା କ୍ଷେତ୍ରର ଯମୁନା ଏକ୍ସପ୍ରେସ୍‌ ୱେର ମାଇଲ୍‌ଷ୍ଟୋନ୍ 140 ଓ 131ରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁଇଟି ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଛଅ ଜଣଙ୍କର ମୃତ୍ୟୁ ହୋଇଛି ଓ 22 ଜଣ ଆହତ ହୋଇଛନ୍ତି। ସମସ୍ତ ଆହ
ଉତର ପ୍ରଦେଶ- ଯମୁନା     ଏକ୍ସପ୍ରେସ ୱେରେ ହୋଇଥିବା ଦୁଇଟି ଦୁର୍ଘଟଣାରେ 6ଜଣଙ୍କ ମୃତ୍ୟୁ, 22 ଆହତ


ମଥୁରା, 19 ଜୁଲାଇ (ହି.ସ.)

- ଜିଲ୍ଲାର ବଳଦେବ

ଥାନା କ୍ଷେତ୍ରର ଯମୁନା ଏକ୍ସପ୍ରେସ୍‌ ୱେର ମାଇଲ୍‌ଷ୍ଟୋନ୍ 140 ଓ 131ରେ ଶୁକ୍ରବାର ବିଳମ୍ବିତ

ରାତିରେ ଦୁଇଟି ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଛଅ ଜଣଙ୍କର ମୃତ୍ୟୁ ହୋଇଛି ଓ 22 ଜଣ

ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଆଗ୍ରା ଓ ମଥୁରା ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସା ପ୍ରଦାନ

କରାଯାଉଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା

ଲୋକମାନଙ୍କ ପ୍ରତି ଶୋକ ସମବେଦନା ପ୍ରକାଶ କରିଛନ୍ତି। ଜିଲ୍ଲାପାଳ ଚନ୍ଦ୍ର ପ୍ରକାଶ ସିଂହ ଓ

ବରିଷ୍ଠ ପୁଲିସ୍ ଅଧିକ୍ଷକ ଶ୍ଳୋକ କୁମାର ଜିଲ୍ଲା ଚିକିତ୍ସାଳୟକୁ ପହଞ୍ଚି ଆହତମାନଙ୍କର

ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।

ଜିଲ୍ଲାପାଳ ଚନ୍ଦ୍ର

ପ୍ରକାଶ ସିଂହ ଶନିବାର ଦୁର୍ଘଟଣା ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ଗୋଟିଏ କାର ଦିଲ୍ଲୀରୁ

ଆଗ୍ରା ଯାଉଥିଲା, ଏଥିରେ

ଆଠ ଜଣ ଲୋକ ଥିଲେ। ବଳଦେବ ଥାନା କ୍ଷେତ୍ରର ମାଇଲ୍‌ ଷ୍ଟୋନ୍ 140, ଯମୁନା ଏକ୍ସପ୍ରେସ୍‌ୱେ ଉପରେ ଏହି ଦ୍ରୁତ ଗତିରେ ଚାଲୁଥିବା କାରଟି ଆଗରେ

ଯାଉଥିବା ଟ୍ରକ୍‌କୁ ଧକ୍କା ଦେଇଥିଲା। ପୁଲିସ୍ ଗ୍ୟାସ୍ କଟର୍‌ର ସହାୟତାରେ କାର କାଟି ଫସିଥିବା

ଲୋକମାନଙ୍କୁ ବାହାର କରିଥିଲେ। ଏହି କାର ଦୁର୍ଘଟଣାରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ଦୁଇ ଜଣ

ଆହତ ହୋଇଥିଲେ ।

ଅନ୍ୟ ଦୁର୍ଘଟଣାଟି ମାଇଲଷ୍ଟୋନ

131 ନିକଟରେ ହୋଇଛି, ଦ୍ରୁତଗାମୀ ବସ ଭାରସାମ୍ୟ ହରାଇ ଡିଭଇଡରରେ ପିଟି ହୋଇଥିଲା ।ଏଥିରେ

20ଜଣ ଆହତ ହୋଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande