ପୌରସଂସ୍ଥା ଏବଂ ପୁଲିସର ମିଳିତ କାର୍ଯ୍ୟାନୁଷ୍ଠାନ, ବେଆଇନ ପାର୍କିଂ ଗାଡି ଉପରେ କାର୍ଯ୍ୟାନୁଷ୍ଠାନ
ଜୟପୁର, ୧୯ ଜୁଲାଇ (ହି.ସ.)- କୋରାପୁଟ ଜିଲ୍ଲା ଜୟପୁର ପୌରସଂସ୍ଥା ଏବଂ ଟାଉନ ଥାନା ପୁଲିସ ପକ୍ଷରୁ ମିଳିତ ଭାବେ ସହରରେ ବେଆଇନ ପାର୍କିଂ କରାଯାଇଥିବା ଗାଡି ଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଟଙ୍କା ଜରିମାନା ଭାବେ ଆଦାୟ କରାଯାଇଛି । ଏଥିରେ ଟାଉନଥାନା ପୁଲିସ ପକ୍ଷରୁ ୧୪ଟି ଚାରିଚକିଆ ଓ
ପୌରସଂସ୍ଥା ଏବଂ ପୁଲିସର ମିଳିତ କାର୍ଯ୍ୟାନୁଷ୍ଠାନ, ବେଆଇନ ପାର୍କିଂ ଗାଡି ଉପରେ କାର୍ଯ୍ୟାନୁଷ୍ଠାନ


ଜୟପୁର, ୧୯ ଜୁଲାଇ (ହି.ସ.)- କୋରାପୁଟ ଜିଲ୍ଲା ଜୟପୁର ପୌରସଂସ୍ଥା ଏବଂ ଟାଉନ ଥାନା ପୁଲିସ ପକ୍ଷରୁ ମିଳିତ ଭାବେ ସହରରେ ବେଆଇନ ପାର୍କିଂ କରାଯାଇଥିବା ଗାଡି ଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଟଙ୍କା ଜରିମାନା ଭାବେ ଆଦାୟ କରାଯାଇଛି । ଏଥିରେ ଟାଉନଥାନା ପୁଲିସ ପକ୍ଷରୁ ୧୪ଟି ଚାରିଚକିଆ ଓ ଭାରୀଯାନ ବେଆଇନ ପାର୍କିଂ କରିଥିବା ନେଇ ୨୩ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ । ସେହିପରି ପୌରସଂସ୍ଥା ପକ୍ଷରୁ ଗାନ୍ଧୀଛକ ଠାରେ ବିଭିନ୍ନ ଗାଡି ସୋରୁମ ଗୁଡିକ ସେମାନଙ୍କ ବିକ୍ରି ନିମନ୍ତେ ଗାଡି ଗୁଡିକ ରାସ୍ତା ଉପରେ ରଖିଥିବା ନେଇ ୫ଟି ଗାଡି ସୋରୁମ ଠାରୁ ୮ ହଜାର ୫ ଶହ ଟଙ୍କା ଜରିମାନା ଟଙ୍କା ଆଦାୟ କରିଥିଲେ । ଏଥିରେ ସର୍ବାଧିକ ପାରାମାଉଣ୍ଟ ଅଟୋମୋବାଇଲ ସୋରୁମ ଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଏହିପରି ପୌରସଂସ୍ଥା ଏବଂ ପୁଲିସ ବିଭିଗର ମିଳିତ ଚଢଉରେ ୩୧ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି ।

ଏଥିରେ ପୁଲିସ ଅଧିକାରୀ, କର୍ମଚାରୀ ଏବଂ ପୌରସଂସ୍ଥାର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande