ପ୍ରସିଦ୍ଧ ଅଭିନେତା ଫିଶ୍ ଭେଙ୍କଟଙ୍କର 53 ବର୍ଷ ବୟସରେ ବିୟୋଗ
ହାଇଦ୍ରାବାଦ, 19 ଜୁଲାଇ (ହି.ସ.) - ତେଲୁଗୁ ସିନେମାର ପ୍ରସିଦ୍ଧ ଅଭିନେତା ଓ କମେଡିଆନ୍‌ ଫିଶ୍‌ ଭେଙ୍କଟଙ୍କର 53 ବର୍ଷ ବୟସରେ ଦେହାନ୍ତ ଘଟିଛି। ତାଙ୍କର ଅକାଳ ମୃତ୍ୟୁରେ ସାରା ଚଳଚ୍ଚିତ୍ର ଜଗତରେ ଶୋକ ଖେଳିଯାଇଛି । ଫିଶ୍‌ ଭେଙ୍କଟ ତାଙ୍କର କ୍ୟାରିୟର୍‌ରେ ଅଲ୍ଲୁ ଅର୍ଜ
ପ୍ରସିଦ୍ଧ ଅଭିନେତା ଫିଶ୍     ଭେଙ୍କଟଙ୍କର 53 ବର୍ଷ ବୟସରେ ବିୟୋଗ


ହାଇଦ୍ରାବାଦ, 19 ଜୁଲାଇ (ହି.ସ.)

- ତେଲୁଗୁ

ସିନେମାର ପ୍ରସିଦ୍ଧ ଅଭିନେତା ଓ କମେଡିଆନ୍‌ ଫିଶ୍‌ ଭେଙ୍କଟଙ୍କର 53 ବର୍ଷ ବୟସରେ ଦେହାନ୍ତ

ଘଟିଛି। ତାଙ୍କର ଅକାଳ ମୃତ୍ୟୁରେ ସାରା ଚଳଚ୍ଚିତ୍ର ଜଗତରେ ଶୋକ ଖେଳିଯାଇଛି । ଫିଶ୍‌ ଭେଙ୍କଟ

ତାଙ୍କର କ୍ୟାରିୟର୍‌ରେ ଅଲ୍ଲୁ ଅର୍ଜୁନ୍, ପବନ୍ କଲ୍ୟାଣ୍‌ ଭଳି ବଡ଼ ସିନେ ତାରକାମାନଙ୍କ ସହ କାମ କରି

ଦର୍ଶକମାନଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ସୃଷ୍ଟି କରିଥିଲେ।

ଖବର ଅନୁସାରେ, ସେ ଦୀର୍ଘଦିନ ଧରି କିଡନି ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ ଓ ଠିକ୍ ସମୟରେ

ଉପଯୁକ୍ତ ଚିକିତ୍ସା ନ ମିଳିଥିବାରୁ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ଦେହାନ୍ତରେ ତେଲୁଗୁ

ଚଳଚ୍ଚିତ୍ର ଜଗତ ଜଣେ ପ୍ରତିଭାଶାଳୀ ଶିଳ୍ପୀକୁ ହରାଇଛି। କିଡନୀ ଫେଲ୍ ହେବା କାରଣରୁ ତାଙ୍କୂ

ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଛି

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande