ଭୁବନେଶ୍ୱର, 19 ଜୁଲାଇ (ହି.ସ.)- ପିପିଲି ନିକଟ
ବଳଙ୍ଗା ଥାନା ବାୟାବର ଗାଁରେ ଘଟିଥିବା ଅଭାବନୀୟ ଘଟଣାରେ ନାବାଳିକାଙ୍କ ଶରୀର ୭୦ପ୍ରତିଶତ ଜଳି
ଯାଇଥିବା ଏମ୍ସ ପକ୍ଷରୁ କୁହାଯାଇଛି । ଭୁବନେଶ୍ୱର ଏମ୍ସର ଟ୍ରମା କେୟାରରୁ ବର୍ଣ୍ଣ ୟୁନିଟକୁ
ସ୍ଥାନାନ୍ତରିତ ହୋଇଛନ୍ତି ନାବାଳିକା । ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କୁ ଚିକିତ୍ସା କରୁଛନ୍ତି
।
ଆଜି ସକାଳୁ ଗାଁ ପାଖ ନଦୀ
ପଠାକୁ କିଛି ଦୁର୍ବୃତ୍ତ ନାବାଳିକାଙ୍କୁ ଉଠାଇ ନେଇ ପେଟ୍ରୋଲ ଢାଳି ପୋଡି ଦେବାକୁ ଚେଷ୍ଟା
କରିଥିଲେ । ଏହି ସମୟରେ ନାବାଳିକା ଜଣଙ୍କ କୌଣସି ମତେ ଖସି ଆସିଥିଲେ । ନାବାଳିକାଙ୍କୁ ଗୁରୁତର
ଅବସ୍ଥାରେ ଏମ୍ସ ସ୍ଥାନାନ୍ତର କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା