ଧର୍ମଶାଳା,୧୯ଜୁଲାଇ(ହି.ସ.) - ଥରେ ସଫଳତା ନ ପାଇଲେ ଆଉ ଥରେ ପରିଶ୍ରମ କରିବା ସହ ପରିବାରର ସହଯୋଜ ଏବଂ ମନ ଭିତରେ ଉତ୍ସାହ ଥିଲେ ସବୁ ସଫଳତା ପାଇ ପାରିବା ବୋଲି ଚଳିତ ବର୍ଷ ନିଟ୍ରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ଯୋଗ ଦେଇ ମତ ପ୍ରକାଶ କରିଛନ୍ତି । ନିଟ୍ ଓ ଓପିଏସଇରେ ସଫଳତା ପାଇଥିବା କୃତିତ୍ୱଙ୍କୁ ଯାଜପୁର ଜିଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଲଉମା ୱେଲଫେୟାର ଆସୋସିଏସନ ପକ୍ଷରୁ ରସୁଲପୁର ବ୍ରହ୍ମବରଦାଠାରେ ସମ୍ବର୍ଦ୍ଧିତ ଦିଆଯାଇଛି । ସଂଗଠନର ସଭାପତି ଅକ୍ତର ହୋସେନ ଖାଁନଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ବରୀ ନିର୍ବାଚନ ମଣ୍ଡଳୀର ଯୁବନେତା ଉମେଶ ଜେନା,ସମ୍ମାନୀତ ଅତିଥିଭାବେ ଓଏଏସ୍ ମହମ୍ମଦ ନଜିବ୍ ହାତିବ,ମୁଖ୍ୟବକ୍ତାଭାବେ ସିଏ ସେକ୍ ଆବୁ ସାକିବ ଓ ସଂଗଠନ ସମ୍ପାଦକ ଆୟୁବ ଅଲ୍ଲୀ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବା ସହ ଅବିଭାବକମାନେ ଦାୟିତ୍ୱବାନ ହେବା ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଅତିଥିମାନେ ଚଳିତ ବର୍ଷ ନିଟ୍ରେ ସଫଳତା ପାଇଥିବା ମହମ୍ମଦ ହେସାମ୍ ଖାଁ,ସାହି ଜୁଲଫିକର ଓ ଅନୂପମା ବାରିକ୍ ପ୍ରମୁଖଙ୍କୁ ମାନପତ୍ର ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସଂଗଠନର ସଭ୍ୟ ସାବିର ଅଲ୍ଲୀ ଅତିଥି ପରିଚୟ ଓ ସେକ୍ ଆବୁ ସାଏମା ମଂଚ ପରିଚାଳନା କରିଥିଲେ । ଯୁବନେତା ରାକେଶ ଦେଓ,ନିମାଇଁ ଚରଣ ଦାସ,ହେମନ୍ତ ସାହୁ,ଶିକ୍ଷାବିତ୍ ଆଲାଉଦ୍ଧିନ ଖାଁ,ଅମୂଲ୍ୟ ରାଉତ,ଜାବିର ଅଲ୍ଲୀ,ପ୍ରଦୀପ ଦାସ,ରଶ୍ମୀରଂଜନ ରାଉତ,ସେକ୍ ଇସାକ୍ ଖାଁ,ହାଜି ଜକି ଆଲାମ,ଅବୁବକର ର୍ଖାନ,ମୁକ୍ତାର ଆଲାମ ଖାଁନ,ସେକ୍ ନୁରୁଲ ହକ୍,ସଂଗ୍ରାମ ରାଉତ,ଜମତାଜ ଅଲ୍ଲୀ,ଖାଲିକ୍ ଖାଁନ ଓ ମତୋ ଅହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷାକ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପ୍ରତେଷ୍ଠାକୁ ବ୍ରହ୍ମବରଦା ଅଂଚଳବାସୀ ଏ ଭଳି ଏକ ମହତ କାର୍ଯ୍ୟ ପାଇଁ ଆଲଉମା ସଂଗଠନକୁ ଉଚ୍ଚ ପ୍ରଶଂସା କରିବା ସହିତ ଅନୁଷ୍ଠାନର ସମସ୍ତ କର୍ମକର୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ନିମନ୍ତ୍ରଣ ରକ୍ଷା କରି ଆସିଥିବା ସମସ୍ତ ଶିକ୍ଷାବିତ୍ ଓ ବରିଷ୍ଠ ମୁରବୀମାନଙ୍କୁ ସେସେକ୍ ତଜମୁଲ ହୋସେନ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ