କେଲୁଅ ନଦୀରେ ବିଜୁ ସେତୁ ଆପ୍ରୋଚ ରୋଡ ଧସିଲା ଘଟଣା : ଲେଖିଲା ପରେ ଚେତିଲା ପ୍ରଶାସନ : ପଡିଲା ମାଟି
ଧର୍ମଶାଳା,୧୯ଜୁଲାଇ(ହି.ସ.) - ରାଜ୍ୟରେ ଲଗାଣ ବର୍ଷା ହେବା ଫଳରେ ଅନେକ ସ୍ଥାନ ଜଳମଗ୍ନ ହୋଇଥିବା ବେଳେ ଏହାର ପ୍ରଭାବରେ ଅନେକ ସ୍ଥାନମାନଙ୍କରେ ମୁଖ୍ୟ ରାସ୍ତା ଧୋଇ ହୋଇ ଖାଲଖମା ହୋଇଥିବା ବେଳେ ଅନେକ ସେତୁ ଆପ୍ରୋଚ ରୋଡ ଧସି ଯାଇଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଥିଲା ଯାଜପୁର ଜିଲ
କେଲୁଅ ନଦୀରେ ବିଜୁ ସେତୁ ଆପ୍ରୋଚ ରୋଡ ଧସିଲା ଘଟଣା : ଲେଖିଲା ପରେ ଚେତିଲା ପ୍ରଶାସନ : ପଡିଲା ମାଟି


ଧର୍ମଶାଳା,୧୯ଜୁଲାଇ(ହି.ସ.) - ରାଜ୍ୟରେ ଲଗାଣ ବର୍ଷା ହେବା ଫଳରେ ଅନେକ ସ୍ଥାନ ଜଳମଗ୍ନ ହୋଇଥିବା ବେଳେ ଏହାର ପ୍ରଭାବରେ ଅନେକ ସ୍ଥାନମାନଙ୍କରେ ମୁଖ୍ୟ ରାସ୍ତା ଧୋଇ ହୋଇ ଖାଲଖମା ହୋଇଥିବା ବେଳେ ଅନେକ ସେତୁ ଆପ୍ରୋଚ ରୋଡ ଧସି ଯାଇଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଥିଲା ଯାଜପୁର ଜିଲାରେ ବରୁଆଁ-କୃଷ୍ଣଦାସପୁରକୁ ସଂଯୋଗ କରୁଥିବା କେଲୁଅ ନଦୀ ଉପରେ ନିର୍ମିତ ହୋଇଥିବା ବିଜୁ ସେତୁ କ୍ଷେତ୍ରରେ । ଜିଲାର ଧର୍ମଶାଳା ବ୍ଲକ ନାଳକୂଳ- ଭଗବାନପୁର ନିକଟରେ ଏହି ବିଜୁ ସେତୁର ନାଳକୂଳ ନିକଟରେ ମାଟି ସହ ପିଚୁ ରାସ୍ତା ଧସି ଯାଇଥିବା ଘଟଣା ଖବର ପ୍ରସାରିତ ହେବା ପରେ ବିଭାଗୀୟ କତୃପକ୍ଷ ଧସିଥିବା ସ୍ଥାନରେ ମାଟି ପକାଇ ଥିବା ଦେଖିବାକୁ ମିଳିଥିଲା ।

ସୂଚନା ଥାଉକି,ଚଳିତ ବର୍ଷ ଲଗାଣ ବର୍ଷା ଓ ନଦୀ ବନ୍ୟା ଜଳ ପ୍ରବେଶ କରିବା ଫଳରେ ଭଗବାନପୁର-ନାଳକୂଳସ୍ଥ କେଲୁଅ ନଦୀ ବନ୍ଧକୁ ସଂଯୋଗ କରୁଥିବା ବିଜୁ ସେତୁ ଆପ୍ରୋଂଚ ରୋଡରୁ ମାଟି ଧସି ଯାଇଥିଲା । ଫଳରେ ସେତୁର ପ୍ରଥମ ଖୁଂଟ ଉପରେ ଏହାର ପ୍ରବାହ ପଡିବା ସ୍ଥାନୀୟ ଲୋକେ ଅନୁମାନ କରିଥିଲେ । ଏଠାରେ ୨ଟି ସ୍ଥାନରେ ବଡବଡ ଗର୍ତ ହେବା ସହ ରାସ୍ତା ଧୋଇରେ ଯିବା ପଳରେ ଗାଡି ମଟର ଚଳାଚଳ କରୁଥିବା ଚାଳକମାନେ ଦୃର୍ଘଟଣାର ସମ୍ମୁଖୀନ ହେବା ଯଥେଷ୍ଟ ସମ୍ଭାବନା ରହିଥିଲା । ସ୍ଥାନୀୟ ଲୋକେ ଏହାକୁ ଦେଖି ଉକ୍ତ ସ୍ଥାନରେ ଗଛ ଡାଳ ପକାଇ ଦେଇଥିଲେ । ଏନେଇ ଖବର ପ୍ରଚାରିତ ହେବା ପରେ ବିଭାଗୀୟ କତୃପକ୍ଷ ପକ୍ଷରୁ ଏହି ସ୍ଥାନରେ ମାଟି ପକାଇ ଦେଇଥିବା ଦେଖିବାକୁ ମିଳିଥିଲା ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande