ପ୍ରଦର୍ଶନ ଆଧାରରେ ରାଜସ୍ୱ ଅଧିକାରୀଙ୍କର ଲେଖାଯିବ ସିସିଆର
ଭୁବନେଶ୍ୱର, 19 ଜୁଲାଇ (ହି.ସ.) - ଅଫିସରଙ୍କୁ କଡ଼ା ଚେତାବନୀ ଦେଲେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ । କହିଲେ ପ୍ରଦର୍ଶନ ଆଧାରରେ ରାଜସ୍ୱ ଅଧିକାରୀଙ୍କର ଲେଖା ଯିବ ସିସିଆର । ପ୍ରଦର୍ଶନକୁ ୧ ରୁ ୫ ଭିତରେ ରେଟିଂ କରାଯାଇଛି । ଏଆଇ ଜରିଆରେ ଅଫିସରଙ୍କ କାର
ପ୍ରଦର୍ଶନ ଆଧାରରେ ରାଜସ୍ୱ     ଅଧିକାରୀଙ୍କର ଲେଖାଯିବ ସିସିଆର


ଭୁବନେଶ୍ୱର, 19 ଜୁଲାଇ (ହି.ସ.)

- ଅଫିସରଙ୍କୁ

କଡ଼ା ଚେତାବନୀ ଦେଲେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ । କହିଲେ ପ୍ରଦର୍ଶନ

ଆଧାରରେ ରାଜସ୍ୱ ଅଧିକାରୀଙ୍କର ଲେଖା ଯିବ ସିସିଆର । ପ୍ରଦର୍ଶନକୁ ୧ ରୁ ୫ ଭିତରେ ରେଟିଂ

କରାଯାଇଛି । ଏଆଇ ଜରିଆରେ ଅଫିସରଙ୍କ କାର୍ଯ୍ୟର ତର୍ଜମା କରାଯିବ । ପ୍ରମୋସନ ପାଇଁ ରାତି ଅଧିଆ

କାମ କି ଧରାଧରି ଚଳିବ ନାହିଁ । ଭଲ ପ୍ରଦର୍ଶନ କଲେ ପ୍ରମୋସନ ଦିଆଯିବ ବୋଲି ନିବନ୍ଧନ

ଅଧିକାରୀଙ୍କ କର୍ମଶାଳାରେ କହିଛନ୍ତି ଦେଓ ରଞ୍ଜନ ସିଂ । ଏହା ସହ ରେଜିଷ୍ଟ୍ରାର ଅଫିସରେ କେମିତି

କାମ ହୁଏ ତାହାର ପୋଲ ଖୋଲିଲେ ଦେଓ ରଞ୍ଜନ ସିଂ । କହିଲେ

ଆମ ଅଫିସର ମାନଙ୍କ ମଧ୍ୟରେ ଗୋଟେ ଧାରଣା ଅଛି ଆମେ ବହୁତ ଭଲ କାମ କରୁଛୁ । କିନ୍ତୁ ଜନ

ସାଧାରଣ ଙ୍କ ଫିଡ଼ ବ୍ୟାକ ବହୁତ ଖରାପ । ଲୋକଙ୍କ କହିବା କଥା ଯଦି କାହାକୁ ଧରିବେ ନାହିଁ କି ଆର

ଜିନିଷଟା ଦେବେ ନାହିଁ ତେବେ ଜୋତା ଘଷି ହୋଇଗଲେ ବି କେହି ଶୁଣିବେ ନାହିଁ। ଯଦି ଏହି ଦୁଇଟି

ଜିନିଷ କରିଦେଲେ ତେବେ ଘରେ ବସିଥିଲେ ରେଜିଷ୍ଟ୍ରେସନ ହେଇଯିବ । ଇଏ ହେଉଛି ରେଜିଷ୍ଟ୍ରାର ଅଫିସର

କଥା। ଯାହାକି ଅର୍ଦ୍ଧ ସତ୍ୟ ନୁହେଁ ପୂର୍ଣ୍ଣ

ସତ୍ୟ ମୁଁ କହୁଛି । ତେଣୁ ରାଜସ୍ୱ ଅଧିକାରୀ ନିଜ କାର୍ଯ୍ୟରେ ସୁଧାର ଆଣନ୍ତୁ । ଅଫିସ କୁ ଠିକ

ସମୟରେ ଆସନ୍ତୁ । ଲୋକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦିଅନ୍ତୁ ବୋଲି ଅତିରିକ୍ତ ମୁଖ୍ୟ ଶାସନ

ସଚିବ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande