ରସୁଲପୁର ଅବକାରୀ ବିଭାଗର ଚଢାଉ : ଗଂଜେଇ ଜବତ : ବ୍ୟବସାୟୀ ଅଟକ
ଧର୍ମଶାଳା,୧୯ଜୁଲାଇ(ହି.ସ.) - ଯାଜପୁର ଜିଲା ରସୁଲପୁର ଅବକାରୀ ବିଭାଗ ପକ୍ଷରୁ ବ୍ରହ୍ମବରଦା ଥାନା ଅଂଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଚଢାଉ କରି ଗଂଜେଇ ସହ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ବ୍ରହ୍ମବରଦା ଥାନା ଅନ୍ତର୍ଗତ ମଙ୍ଗରାପୁର ପଂଚାୟତ ଖଣ୍ଡାସ ଗ୍ରାମରେ ଚଢାଉ କରି ଏକ ଦେକାନରୁ ଗଂଜେଇ ଜବତ କ
ରସୁଲପୁର ଅବକାରୀ ବିଭାଗର ଚଢାଉ : ଗଂଜେଇ ଜବତ : ବ୍ୟବସାୟୀ ଅଟକ


ଧର୍ମଶାଳା,୧୯ଜୁଲାଇ(ହି.ସ.) - ଯାଜପୁର ଜିଲା ରସୁଲପୁର ଅବକାରୀ ବିଭାଗ ପକ୍ଷରୁ ବ୍ରହ୍ମବରଦା ଥାନା ଅଂଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଚଢାଉ କରି ଗଂଜେଇ ସହ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ବ୍ରହ୍ମବରଦା ଥାନା ଅନ୍ତର୍ଗତ ମଙ୍ଗରାପୁର ପଂଚାୟତ ଖଣ୍ଡାସ ଗ୍ରାମରେ ଚଢାଉ କରି ଏକ ଦେକାନରୁ ଗଂଜେଇ ଜବତ କରିବା ସହ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି । ବ୍ୟବସାୟୀ ଜଣକ ହେଲେ ଖଣ୍ଡାସ ଗ୍ରାମର ସ୍ୱର୍ଗତ ବାବାଜୀ ପୋଥାଳଙ୍କ ପୁଅ ଅନନ୍ତ(୩୮) ବୋଲି ଜଣାପଡିଛି ।

ସୂଚନା ମୁତାବକ, ବ୍ରହ୍ମବରଦା ଥାନା ଅନ୍ତର୍ଗତ ମଙ୍ଗରାଜପୁର ପଂଚାୟତ ଖଣ୍ଡାସ ଗ୍ରାମରେ ଅନନ୍ତ ପୋଥାଳ ଏକ ବ୍ୟବସାୟ ପ୍ରତିଷ୍ଠାନ କରି ଗଂଜେଇ ରଖି ଗ୍ରାହକଙ୍କୁ ବିକ୍ରୀ କରିଥାନ୍ତି । ଯାହାକୁ ନେଇ ଅଂଚଳବାସୀ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ । ରସୁଲପୁର ଅବକାରୀ ବିଭାଗର ଏକ ଟିମ୍ ଖଣ୍ଡାସ ଅଂଚଳରେ ଚଢାଉ କରି ଗଂଜେଇ ଜବତ କରିବା ସହ ବ୍ୟବସାୟୀ ଅନନ୍ତକୁ ଗିରଫ କରିଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande