Bଭୁବନେଶ୍ୱର, 19 ଜୁଲାଇ (ହି.ସ.)- ୨୪ରେ ପୁଣି
ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ପୂର୍ବାନୁମାନ ହୋଇଛି । ଏହାର ପ୍ରଭାବରେ ୨୩ରୁ ୨୫ ଯାଏଁ ବର୍ଷା
ସମ୍ଭାବନା ରହିଛି । ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା
ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ସେହିପରି ଆହୁରି ୫ ଦିନ
ବର୍ଷା ଲାଗି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଶନିବାର ଦକ୍ଷିଣ ଓଡିଶାରେ
ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଓଡିଶାରେ ଘଡଘଡି ସହ ବର୍ଷା ହେବ । ୧୯ ତାରିଖରେ
ରାୟଗଡା,
କୋରାପୁଟୁ, କଳାହାଣ୍ଡି, କନ୍ଧମାଳ ଓ ଗଜପତି କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା