ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା ମହିଳା କଂଗ୍ରେସ
ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦିଅନ୍ତୁ : ମୀନାକ୍ଷି ବାହିନିପତି ଭୁବନେଶ୍ୱର, ୧୯ ଜୁଲାଇ (ହି.ସ)- ରାଜ୍ୟରେ ଗୋଟିକ ପରେ ଗୋଟିଏ ହୃଦୟ ବିଦାରକ ଘଟଣାରେ ଛାତ୍ରୀମାନେ ନିଆଁରେ ପୋଡିବା ରାଜ୍ୟ ସରକାରଙ୍କ ବିଫଳତାକୁ ଦର୍ଶାଉଛି। ‘ବେଟି ପଢ଼ାଓ ବେଟି ବଚାଓ’ ସ୍ଲୋଗାନ ଦେଉଥିବା ବିଜେପି ସରକାରଙ୍କ ଶାସନରେ ମହିଳା,
ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା ମହିଳା କଂଗ୍ରେସ


ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦିଅନ୍ତୁ : ମୀନାକ୍ଷି ବାହିନିପତି

ଭୁବନେଶ୍ୱର, ୧୯ ଜୁଲାଇ (ହି.ସ)- ରାଜ୍ୟରେ ଗୋଟିକ ପରେ ଗୋଟିଏ ହୃଦୟ ବିଦାରକ ଘଟଣାରେ ଛାତ୍ରୀମାନେ ନିଆଁରେ ପୋଡିବା ରାଜ୍ୟ ସରକାରଙ୍କ ବିଫଳତାକୁ ଦର୍ଶାଉଛି। ‘ବେଟି ପଢ଼ାଓ ବେଟି ବଚାଓ’ ସ୍ଲୋଗାନ ଦେଉଥିବା ବିଜେପି ସରକାରଙ୍କ ଶାସନରେ ମହିଳା, ଛାତ୍ରୀମାନେ ସବୁଠାରୁ ଅସୁରକ୍ଷିତ। ସୌମ୍ୟାଶ୍ରୀଙ୍କୁ ନ୍ୟାୟ ନ ମିଳିବାରୁ ଶେଷରେ ଏଫ୍‌.ଏମ୍‌. କଲେଜ ଆଗରେ ନିଜକୁ ଜାଳିଦେଲେ। ସୌମ୍ୟାଶ୍ରୀଙ୍କ ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନିର୍ବାଚନ ମଣ୍ଡଳୀ ନିମାପଡାର ବଳଙ୍ଗା ଠାରେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଦୁବୃର୍ତମାନେ ନିଆଁରେ ପୋଡି ମାରିଦେବା ପାଇଁ ଉଦ୍ୟମ କରିଥିଲେ। ପିଡ଼ିତା ଛାତ୍ରୀ ଜଣଙ୍କ ୭୨ ଭାଗ ପୋଡିଯାଇଥିବାବେଳେ ଏମ୍‌ଏସ୍‌ରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। ଏହି ପ୍ରସଙ୍ଗରେ ଶନିବାର ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷି ବାହିନିପତିଙ୍କ ନେତୃତ୍ୱରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବାସ ଭବନ ଘେରାଉ କରାଯାଇଥିଲା।ମୀନାକ୍ଷି ବାହିନିପତିଙ୍କ ନେତୃତ୍ୱରେ ଏକ ମହିଳା ଦଳ ଯାଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ କରିଥିଲେ। ରାଜ୍ୟ ସରକାରଙ୍କ ବିଫଳତା ଏବଂ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ବିଗିଡି ଯାଇଥିବାବେଳେ ନାରୀ ଆଉ ଘରୁ ବାହାରିବା କଷ୍ଟ ହୋଇପଡ଼ିଛି। ନିଜେ ରାଜ୍ୟ ସରକାର ଏକ ଅଧ୍ୟାଦେଶରେ ସଂନ୍ଧ୍ୟା ୫ ଟା ପରେ ମହାବିଦ୍ୟାଳୟ ପରିସରରେ ଛାତ୍ରୀମାନେ ନ ରହିବା ପାଇଁ ନିର୍ଦ୍ଦେଶାନାମା ଜାରି କରିଛନ୍ତି। ଏଥିରୁ ସ୍ପଷ୍ଟ ପ୍ରତ୍ୟୟମାନ ହୁଏ ଯେ ରାଜ୍ୟ ସରକାର ନାରୀକୁ ସୁରକ୍ଷା ଦେବା ପାଇଁ ଅସମର୍ଥ। ଏଭଳି ସରକାର ଶାସନ ଗାଦିରେ ବସିବାର ସମସ୍ତ ନୈତିକ ଅଧିକାର ହରାଇ ବସିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀମତୀ ବାହିନି ପତି କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande