ଆମ ସରକାର ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତିବଦ୍ଧ - ମନମୋହନ ସାମଲ
ଭୁବନେଶ୍ୱର, ୧୯ ଜୁଲାଇ (ହି.ସ)- ପୁରୀ ଜିଲ୍ଲା ବଳଙ୍ଗା ଅଂଚଳରେ ନାବାଳିକାଙ୍କୁ ଦୁର୍ବୃତ୍ତମାନେ ପୋଡିଦେବା ଘଟଣାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦୁଃଖ ପ୍ରକାଶ କରିଛନ୍ତି। ଏହାସହ ଗୁରୁତର ନାବାଳିକାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଅପରାଧୀମାନେ ଯେପରି ଦୃଷ୍ଟାନ୍ତମୂଳକ ଦଣ୍ଡ ପାଆନ୍ତୁ ସେଥ
ଆମ ସରକାର ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତିବଦ୍ଧ - ମନମୋହନ ସାମଲ


ଭୁବନେଶ୍ୱର, ୧୯ ଜୁଲାଇ (ହି.ସ)- ପୁରୀ ଜିଲ୍ଲା ବଳଙ୍ଗା ଅଂଚଳରେ ନାବାଳିକାଙ୍କୁ ଦୁର୍ବୃତ୍ତମାନେ ପୋଡିଦେବା ଘଟଣାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦୁଃଖ ପ୍ରକାଶ କରିଛନ୍ତି। ଏହାସହ ଗୁରୁତର ନାବାଳିକାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଅପରାଧୀମାନେ ଯେପରି ଦୃଷ୍ଟାନ୍ତମୂଳକ ଦଣ୍ଡ ପାଆନ୍ତୁ ସେଥିପାଇଁ ଆମେ ଚେଷ୍ଟା କରିବୁ ବୋଲି କହିଛନ୍ତି ଶ୍ରୀ ସାମଲ।

ଏକ୍ସରେ ସେ ଲେଖିଛନ୍ତି ପୁରୀ ଜିଲ୍ଲା ନିମାପଡା ବିଧାନସଭାର ବଳଙ୍ଗା ଅଞ୍ଚଳରେ ଘଟିଥିବା ଘୃଣ୍ୟ ଘଟଣା ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ନାବାଳିକାଙ୍କ ଉପରେ ଏଭଳି ଅତ୍ୟାଚାର କୌଣସି ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ। ଏହି ଘଟଣା କେବଳ ଜଣେ ନାବାଳିକାଙ୍କ ଉପରେ ଅତ୍ୟାଚାର ନୁହେଁ, ବରଂ ସମ୍ପୂର୍ଣ୍ଣ ମାନବିକତା ଉପରେ ଆଘାତ। ଆମ ସରକାର ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତିବଦ୍ଧ। ନ୍ୟାୟ ସୁନିଶ୍ଚିତ କରିବା ଆମର ପ୍ରଥମ ଦାୟିତ୍ୱ। ଅପରାଧୀମାନେ ଯେପରି ଦୃଷ୍ଟାନ୍ତମୂଳକ ଦଣ୍ଡ ପାଆନ୍ତୁ ସେଥିପାଇଁ ଆମେ ଚେଷ୍ଟା କରିବୁ। ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ନାବାଳିକାଙ୍କ ଆଶୁ ଆରୋଗ୍ୟ ଓ ତାଙ୍କ ପରିବାରକୁ ଏହି କଠିନ ସମୟକୁ ସାମ୍ନା କରିବାକୁ ଶକ୍ତି ଯୋଗାଇବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande