ଗଭୀର ନିଦ୍ରାରୁ ଉଠିବାକୁ କହି ରାଜ୍ୟ ସରକାରଙ୍କୁ ନବୀନଙ୍କ ନିଶାନା
ଭୁବନେଶ୍ୱର, 19 ଜୁଲାଇ (ହି.ସ.)- ପୁରୀ ଜିଲ୍ଲା ବଳଙ୍ଗା ଅଂଚଳରେ ଘଟିଥିବା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ନବୀନ ପଟ୍ଟନାୟକ କହିଛନ୍ତି ଯେ, ପୁରୀ ଜିଲ୍ଲା ବଳଙ୍ଗା ଅଂଚଳରେ ନାବାଳିକାଙ୍
ଗଭୀର ନିଦ୍ରାରୁ ଉଠିବାକୁ     କହି ରାଜ୍ୟ ସରକାରଙ୍କୁ ନବୀନଙ୍କ ନିଶାନା


ଭୁବନେଶ୍ୱର, 19 ଜୁଲାଇ (ହି.ସ.)- ପୁରୀ ଜିଲ୍ଲା

ବଳଙ୍ଗା ଅଂଚଳରେ ଘଟିଥିବା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ

ନେତା ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ନବୀନ ପଟ୍ଟନାୟକ କହିଛନ୍ତି ଯେ, ପୁରୀ

ଜିଲ୍ଲା ବଳଙ୍ଗା ଅଂଚଳରେ ନାବାଳିକାଙ୍କୁ ନିଆଁ ଲଗାଇଦେବା ଘଟଣାକୁ ନେଇ ସେ ମର୍ମାହତ । ଦିବାଲୋକରେ ଏହା ହତ୍ୟା ପ୍ରୟାସ ବୋଲି ଏକ୍ସ

ହ୍ୟାଣ୍ଡେଲରେ ଲେଖିଛନ୍ତି । ଏଭଳି ଅମାନବୀୟ ଘଟଣାକୁ ସେ କଡା ନିନ୍ଦା କରିଛନ୍ତି ।

ନବୀନ କହିଛନ୍ତି ଯେ, ବାଲେଶ୍ବର

ଏଫଏମ କଲେଜ ଛାତ୍ରୀ ନ୍ୟାୟ ପାଇଁ ବିଭିନ୍ନ ସ୍ଥାନର ଦ୍ୱାରସ୍ଥ ହେବା ପରେ ନିଜ ଦେହରେ ନିଆଁ

ଲଗାଇଥିଲେ । ଘଟଣାକୁ ସପ୍ତାହେ ନ ପୁରୁଣୁ ପୁଣି ଏକ ଘଟଣାରେ ମର୍ମାହତ କରିଛି ।

ମହିଳାମାନଙ୍କ ବିରୋଧରେ

ଏପରି ଘଟଣା ଏବେ ପ୍ରାୟ ପ୍ରତିଦିନ ଘଟୁଛି । ଏହା କେବଳ ପ୍ରାୟୋଗିକ ହିଂସାର ଘଟଣା ନୁହେଁ। ଏପରି

ଘଟଣାଗୁଡିକ ଯେଉଁଭଳି ଭୟଙ୍କର ନିୟମିତ ଭାବେ ଘଟୁଛି, ସେଥିରେ ଏକ ଗଭୀର ସରକାରୀ ବିଫଳତା ପ୍ରମାଣିତ ହେଉଛି। ବର୍ତ୍ତମାନ ସରକାରର

ଶାସନ ସମୟରେ ଅପରାଧୀମାନେ ଅତ୍ୟଧିକ ନିର୍ଭିକ ହୋଇପାରିଛନ୍ତି ଏବଂ ଦଣ୍ଡ ମିଳିବା ନେଇ କୌଣସି

ଚିନ୍ତାନାହିଁ ।

ଏହା ସ୍ପଷ୍ଟ କରୁଛି ଯେ

ଓଡ଼ିଶାରେ ସରକାରୀ ନିଷ୍କ୍ରିୟତା, ରାଜନୈତିକ ପୃଷ୍ଠପୋଷକତା ଯୋଗୁଁ ମହିଳା ଅସୁରକ୍ଷିତ ହୋଇପଡିଛନ୍ତି। ଏହି

ଗଭୀର ନିଦ୍ରାରୁ ଓଡ଼ିଶା ସରକାର କେବେ ଉଠିବେ ? ଏବଂ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇ ଅପରାଧୀମାନଙ୍କୁ ଗିରଫ କରିବେ

କି?

ଏହାଠାରୁ ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ, ସରକାର ଏପରି ଘଟଣା ପୁନରାବୃତ୍ତି ହେବାକୁ ନଦେବା ପାଇଁ କୌଣସି ଜବାବ

ଦେବେ କି? ଓଡ଼ିଶାର ଝିଅମାନେ ଓ ନାରୀମାନେ ସରକାରଙ୍କ ଉତ୍ତରର ଅପେକ୍ଷା

କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande