ଯାହାର ସମ୍ପୃକ୍ତି ପ୍ରମାଣ ମିଳିବ, କଠୋର କାର୍ଯ୍ୟାନୁଷ୍ଠାନ- ପିନାକ ମିଶ୍ର
ଭୁବନେଶ୍ୱର, 19 ଜୁଲାଇ (ହି.ସ.) - ପିପିଲି ବଳଙ୍ଗା ନାବାଳିକାଙ୍କୁ ଜାଳି ଦେବା ଘଟଣା । ଘଟଣାସ୍ଥଳରେ ପୁରୀ ଏସପି ପିନାକ ମିଶ୍ର ପହଞ୍ଚି ତଦାରଖ କରିଛନ୍ତି । ଏସପି କହିଛନ୍ତି ଘଟଣାରେ ସ୍ପେଶାଲ ଟିମ୍‍ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ସମ୍ବେଦନଶୀଳ ଓ ସ୍ପର୍ଶକାତର ବ
ଯାହାର ସମ୍ପୃକ୍ତି ପ୍ରମାଣ     ମିଳିବ,   କଠୋର କାର୍ଯ୍ୟାନୁଷ୍ଠାନ- ପିନାକ ମିଶ୍ର


ଭୁବନେଶ୍ୱର, 19 ଜୁଲାଇ (ହି.ସ.)

- ପିପିଲି ବଳଙ୍ଗା

ନାବାଳିକାଙ୍କୁ ଜାଳି ଦେବା ଘଟଣା । ଘଟଣାସ୍ଥଳରେ ପୁରୀ ଏସପି ପିନାକ ମିଶ୍ର ପହଞ୍ଚି ତଦାରଖ

କରିଛନ୍ତି । ଏସପି କହିଛନ୍ତି ଘଟଣାରେ ସ୍ପେଶାଲ ଟିମ୍‍ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।

ସମ୍ବେଦନଶୀଳ ଓ ସ୍ପର୍ଶକାତର ବିଷୟ, ଗୁରୁତର ସହ ନିଆଯାଇଛି । କାହାରିକୁ ଅଟକ ରଖାଯାଇନାହିଁ, କେବଳ କିଛି ଲୋକଙ୍କୁ ପଚରାଉଚରା କରାଯାଇଛି । ଫୋରେନସିକ ଟିମ୍‍ ମଧ୍ୟ

ପହଞ୍ଚି ଯାଞ୍ଚ କରୁଛନ୍ତି ।ଦହନଶୀଳ

ସାମଗ୍ରୀ ବ୍ୟବହାର ହୋଇଛି, ମାତ୍ର ତାହା କଣ ସ୍ପଷ୍ଟ ହୋଇନି । କେତେଜଣ ସମ୍ପୃକ୍ତ, ପୀଡ଼ିତା ସେଠାକୁ କିପରି ଆସିଲେ ତଦନ୍ତ ଚାଲିଛି । ପୀଡ଼ିତା

ଚିକିତ୍ସାଧୀନ ଥିବାରୁ ପଚରାଉଚରା ହୋଇପାରିନି । ଯାହାର ସମ୍ପୃକ୍ତି ପ୍ରମାଣ ମିଳିବ, କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande