ଭୁବନେଶ୍ୱର, ୧୯ ଜୁଲାଇ (ହି.ସ)- ଗତ ୧୬ ତାରିଖ ଠାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ ଥିବା ୫୪ ଗୋଟି ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର କନିଷ୍ଠ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ପାଇଁ ୪ ଦିନିଆ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସେଞ୍ଚୁରୀୟନ ୟୁନିଭେର୍ସିଟି ଜଟଣୀ ଓ ପାରଳାଖେମୁଣ୍ଡି ଠାରେ ଆୟୋଜିତ ହୋଇଥିଲା।
ଏହି ପ୍ରଶିକ୍ଷଣରେ ଜଟଣୀ ଠାରେ ୬ଗୋଟି କର୍ମର୍ବିଦ୍ୟାର ଅଧ୍ୟାପକ ଓ ଅଧ୍ୟାପିକା ମାନେ ପ୍ରଶିକ୍ଷଣ ଗ୍ରହଣ କରିଥିବା ବେଳେ ପାରଳାଖେମୁଣ୍ଡି ଠାରେ ହଟିକଲଚର, ସେରିକଲଚର ଓ ଇନଲାଣ୍ଡ ଫିସରିସ ର ଅଧ୍ୟାପକ ଓ ଅଧ୍ୟାପିକା ମାନେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ।
ଶନିବାର ଏହି ଚତୁଃର୍ଦିବସୀୟ ପ୍ରଶିକ୍ଷଣ ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ଅବସରରେ ଡ଼. ଜ୍ୟୋତି ପ୍ରକାଶ ରଥ ଶିକ୍ଷାର ମାନ ବୃଦ୍ଧି ଓ ସମାଜ ପରିବର୍ତନ ରେ ଶିକ୍ଷକ ର ଗୁରୁଦାୟିତ୍ୱ ସମ୍ପର୍କ ରେ ବହୁମୂଲ୍ୟ ବାଣୀ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ ପୂର୍ବକ ଧନ୍ଦାମୂଳକ ଶିକ୍ଷାର ଗୁରୁତ୍ୱ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ । ସେହିପରି ଡ଼ ଅଜୟ କୁମାର ନାୟକ ଧନ୍ଦା ମୂଳକ ଶିକ୍ଷା ରେ ଦକ୍ଷତା ବିକାଶ ର ଭୂମିକା ବିଷୟରେ ନିଜ ମନ୍ତବ୍ୟ ପ୍ରକାଶ କରିଥିଲେ। ସର୍ବଶେଷରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଗବେଷଣା ସହାୟିକା ଶ୍ରୀମତୀ ସ୍ମିତାରେଖା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା