ଜୟପୁର, ୨୦ ଜୁଲାଇ (ହି.ସ.)- ଓଡ଼ିଶା ଅମଲା ସଂଘ ର ୮୨ ବର୍ଷ ପୁର୍ତି ଉତ୍ସବ ପାଳିତ ହୋଇଯାଇଛି I ଶଶୀଭୂଷଣ ଦାଶ୍ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସଭାପତି ଶଶୀ ଭୂଷଣ ଦାସଙ୍କ ଆହ୍ବାନ କ୍ରମେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଶତାଧିକ ଅମଲା ଯୋଗଦାନ କରିବା ସହିତ ରାଜ୍ୟ ନେତୃବୃନ୍ଦ ଙ୍କ ସମେତ ୧୫ ଗୋଟି ଜିଲ୍ଲାର ନେତୃବୃନ୍ଦ ଯୋଗଦାନ କରିଥିଲେ I ପ୍ରଥମେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟପୁର ଠାରୁ ଏକ ଶୋଭାଯାତ୍ରା ବାହାରି ସଙ୍ଗମ୍ କଲ୍ୟାଣ ମଣ୍ଡପ ଜୟନଗର ଜୟପୁର ଠାରେ ପହଞ୍ଚିଥିଲା I ଜିଲ୍ଲା ସ୍ତରୀୟ ସମସ୍ତ ଅମଲା ଙ୍କ ଏକମାତ୍ର ନ୍ୟାର୍ଯ୍ୟ ଦାବି ପୁରଣ ନିମନ୍ତେ ସମସ୍ତ ଅମଲା ସ୍ଲୋଗାନ ଦେବା ସହିତ ବାଜା ନାଚ ଗୀତରେ ପରିବେଶ ଚଳ ଚଞ୍ଚଳ ହୋଇ ଉଠିଥିଲା I ସଙ୍ଗମ୍ କଲ୍ୟାଣ ମଣ୍ଡପ ଠାରେ ପହଞ୍ଚିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା Iମୁଖ୍ୟ ଅତିଥି ଭାବେ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀ ନାରାୟଣ ସେଠି , ସ୍ବତନ୍ତ୍ର ଅତିଥି ଭାବେ ଓଡ଼ିଶା ଅମଲା ସଂଘର ଅଧ୍ୟକ୍ଷ ହୃଦୟ ବିହାରୀ ମହାପାତ୍ର, ମୁଖ୍ୟ ବକ୍ତାଭାବେ ଓଡ଼ିଶା ଅମଲା ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ତରାସିଆ , ଓଡ଼ିଶା ଅମଲା ସଂଘ ମୁଖ୍ୟ ଉପଦେଷ୍ଟା ନାରାୟଣ ଦାସ, ଓଡ଼ିଶା ଅମଲା ସଂଘର ରାଜ୍ୟ ସଭାପତି ଜ୍ଞାନ ରଞ୍ଜନ ଦାସ, ଓଡ଼ିଶା ଅମଲା ସଂଘ କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର ପାତ୍ର, ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସମ୍ପାଦକ ସଂଜୟ କୁମାର ପଣ୍ଡା ମଞ୍ଚାସିନ ହୋଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲା ବେଳେ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସଭାପତି ଶଶୀ ଭୂଷଣ ଦାସ ସଭାପତିତ୍ବ କରିଥିଲେ I କୁନି କୁନି ପିଲା ମାନେ ପ୍ରଦିପ ପ୍ରଜ୍ବଳନ ଗିତ ସହିତ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ I ସରକାର ଅମଲା ମାନଙ୍କର ନ୍ୟାର୍ଯ୍ୟ ଦାବି ପୁରଣ କରିବା ନିମନ୍ତେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ସମସ୍ତେ ଅସନ୍ତୁଷ୍ଟ ବ୍ୟକ୍ତ କରିଥିଲେ Iଯଦି ସରକାର ଯଥା ଶିଘ୍ର ଅମଲା ମାନଙ୍କର ଦାବି ପୂରଣ ନ କରନ୍ତି ତାହେଲେ ଓଡ଼ିଶା ଅମଲା ସଂଘ ଆନ୍ଦୋଳନକୁ ଓହ୍ଲାଇବା ନିମନ୍ତେ ସରକାରଙ୍କୁ ସୂଚନା ଦେଇଥିବା ଜଣାପଡିଛି I ଅବସର ଗ୍ରହଣ କରିଥିବା ରାଜ୍ୟ ନେତୃବୃନ୍ଦ ଓ ଜିଲ୍ଲା ନେତୃବୃନ୍ଦ ଓଡ଼ିଶା ଅମଲା ସଂଘ ମୁଖ୍ୟ ଉପଦେଷ୍ଟା ନାରାୟଣ ଦାସ, ଓଡ଼ିଶା ଅମଲା ସଂଘ କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର ପାତ୍ର, ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ସେଠି, ଅଧ୍ୟକ୍ଷ ଲକ୍ଷ୍ମୀ କାନ୍ତ ଦାଶ୍ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା Iତତ୍ ସହିତ ସମସ୍ତ ଜିଲ୍ଲା ନେତୃବୃନ୍ଦ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ I ପରିଶେଷରେ ଶ୍ରୀ ଦାଶ୍ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସାଙ୍ଗ କରିଥିଲେ I
ହିନ୍ଦୁସ୍ଥାନ ସମାଚାର / ପିକେପି