ଭୁବନେଶ୍ୱର, ୨୦ ଜୁଲାଇ (ହି.ସ)- ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ବଳଙ୍ଗା ପୀଡ଼ିତା ଏୟାର ଲିଫ୍ଟ ହୋଇଛନ୍ତି। ଏସମ୍ପର୍କରେ ସୂଚନା ଦେଇ ଭୁବନେଶ୍ୱର ଡିସିପି ଜଗମୋହନ ମିନା କହିଛନ୍ତି ଯେ ଗ୍ରୀନ କରିଡ଼ର ଦେଇ ପୀଡ଼ିତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଏମ୍ସରୁ ବିମାନ ବନ୍ଦରକୁ ନିଆଯାଇଥିଲା। ତାପରେ ଭୁବନେଶ୍ୱର ବିମାନ ବନ୍ଦରରୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଏମ୍ସ ନିଆଗଲା। ଅପରାହ୍ନ ୧୨ଟା ୨୪ ରେ ହସ୍ପିଟାଲ ବର୍ଣ୍ଣ ୱାର୍ଡରୁ ବାହାରିଥିଲା ଆମ୍ବୁଲାନ୍ସ। ଗୋଟିଏ ପୋଲିସ୍ ଏସ୍କର୍ଟ ଭ୍ୟାନ ଆମ୍ବୁଲାନ୍ସ କୁ ଗ୍ରୀନ କରିଡ଼ର ଦେଇ ବିମାନ ବନ୍ଦର ଯାଏ ନେଇ ଯାଇଥିଲା। କମିଶନରେଟ ପୋଲିସ୍ ପକ୍ଷରୁ ଗ୍ରୀନ କରିଡ଼ର ପ୍ରସ୍ତୁତ କରାଯାଇଥିଲା। ପୀଡ଼ିତାଙ୍କ ସହିତ ବାପା, ଦାଦା ଓ ପିଉସୀ ବି ସାଙ୍ଗରେ ଯାଇଛନ୍ତି। ଦିଲ୍ଲୀ ଏମ୍ସ ପହଂଚିବା ଯାଏ ଚିକିତ୍ସା ଜାରି ରଖିବା ପାଇଁ ଡାକ୍ତର ଟିମ୍ ମଧ୍ୟ ରହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା