ଚଣ୍ଡିଗଡ଼ 20 ଜୁଲାଇ (ହି.ସ)- ବିଏସଏଫ ଶନିବାର ରାତିରେ ପଞ୍ଜାବର
ଫିରୋଜପୁର ଜିଲ୍ଲାରେ ସୀମାରେ ଜଣେ ପାକିସ୍ତାନୀ
ଅନୁପ୍ରବେଶକାରୀଙ୍କୁ ଗିରଫ କରିଛି। ବିଏସଏଫ ଯବାନମାନେ
ଅନୁପ୍ରବେଶକାରୀଙ୍କଠାରୁ ପାକିସ୍ତାନୀ ମୁଦ୍ରା ଏବଂ ସନ୍ଦେହଜନକ ସାମଗ୍ରୀ ଜବତ କରିଛନ୍ତି।ବିଏସଏଫଠାରୁ ମିଳିଥିବା ସୂଚନା ଅନୁଯାୟୀ, 155ତମ ବଟାଲିୟନର
ଯବାନମାନେ ପାଟ୍ରୋଲିଂରେ ଥିଲେ। ବର୍ଡର ଆଉଟପୋଷ୍ଚ କେଏମଏସୱାଲା ଜିଲ୍ଲା
ଫିରୋଜପୁର ନିକଟରେ ଜଣେ ବ୍ୟକ୍ତି ପାକିସ୍ତାନରୁ ଭାରତୀୟ ସୀମାରେ ପ୍ରବେଶ କରିବାକୁ
ଚେଷ୍ଟା କରୁଥିଲେ। ଏହି ସମୟରେ ବିଏସଏଫ ତାଙ୍କୁ ଅଟକାଇବାକୁ
ଚ୍ୟାଲେଞ୍ଜ କରିଥିଲା।ଏହା ସତ୍ତ୍ୱେ, ପାକିସ୍ତାନୀ
ନାଗରିକ ବିଓପି ନିକଟରେ ଅବସ୍ଥିତ ବର୍ଡର
ପିଲର ନମ୍ବର 190/4 ନିକଟରେ ବାଡ଼ ପାର କରିଥିଲେ। ଅଭିଯୁକ୍ତଙ୍କୁ ବାରମ୍ବାର
ଚେତାବନୀ ସତ୍ତ୍ୱେ ଭାରତୀୟ ସୀମାରେ ପ୍ରାୟ 80 ମିଟର ଭିତରକୁ
ଆସିଥିଲେ, ଯାହା ପରେ ବିଏସଏଫ ତାଙ୍କୁ ଘେରାବନ୍ଦୀ
କରି ଗିରଫ କରିଥିଲେ। ଗିରଫ ବ୍ୟକ୍ତିଙ୍କ ପରିଚୟ
ମୁଜମିଲ ହୁସେନ (24 ବର୍ଷ) ପୁଅ ମୁହମ୍ମଦ ହୁସେନ ବାସିନ୍ଦା ମିୟାନ ଛନ୍ନୁ
ଗ୍ରାମ,ଜିଲ୍ଲା ଖାନେୱାଲ ,ପାକିସ୍ଥାନ ବୋଲି ଚିହ୍ନଟ କରାଯାଇଛି। ପଚରାଉଚରା ସମୟରେ ତାଙ୍କଠାରୁ ପାକିସ୍ତାନୀ
ମୁଦ୍ରା 20 ଟଙ୍କା ଜବତ କରାଯାଇଥିଲା। ତାଙ୍କଠାରୁ କୌଣସି
ଅସ୍ତ୍ରଶସ୍ତ୍ର କିମ୍ବା ସନ୍ଦେହଜନକ ସାମଗ୍ରୀ ଜବତ କରାଯାଇ ନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା