Bhubaneswar, 20 ଜୁଲାଇ (ହି.ସ.)
ଉତ୍କଳ କରାଟେ ସ୍କୁଲର ମୁଖ୍ୟ ଶାଖା ଭୁବନେଶ୍ବର ଠାରେ ଆଜି ସୁକୋକାଇ କରାଟେ ର ବେଲ୍ଟ ଟେଷ୍ଟ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ବିଭିନ୍ନ ବେଲ୍ଟ ରେ ମୋଟ ୩୮୬ ଜଣ କରାଟେ କା ଉତ୍ତିର୍ଣ ହୋଇ ଉପରିସ୍ଥ ବେଲ୍ଟ ହାସଲ କରିଛନ୍ତି । ଏହି ପରୀକ୍ଷାରେ Yellow Belt ରେ ୮୫ ଜଣ, Orange Belt ରେ ୭୩ ଜଣ , Green Belt ରେ ୭୪ ଜଣ Blue Belt ରେ ୭୯ ଜଣ ଏବଂ Brown Belt ରେ ୭୫ ଜଣ କୃତ କାର୍ଯ୍ୟ ହୋଇଛନ୍ତି । ଉତ୍କଳ କରାଟେ ସ୍କୁଲ ର ପ୍ରତିଷ୍ଠାତା ତଥା ସୁକୋକାଇ କରାଟେ ୟୁନିୟନ ଇଣ୍ଡିଆ ର ମୁଖ୍ୟ ଡ. ହରିପ୍ରସାଦ ପଟ୍ଟନାୟକ ଙ୍କ ଏହି ଅନୁଷ୍ଟାନରେ ଆଜି ସେନସେଇ ଖାରବେଳ ମଲ୍ଲିକ, ଗୌରି ମହାନ୍ତି , ଦୀପକ ସାମନ୍ତରା , ସନ୍ତୋଷ ମହାରଣା , ସପନ ମିଶ୍ର , ଅନୁପମା ସ୍ଵାଇଁ , କୃଷ୍ଣ ଚନ୍ଦ୍ର ମହାରଣା , କ୍ରୀଷ୍ଣା ଶିକାରୀ , ମହେଶ ଡୋରା, କୃଷ୍ଣ ନାୟକ , ଭଗବାନ ରେଡ୍ଡୀ , ସୁସମିନୀ ପାଲଟାସିଙ୍ଗ , ନ୍ୟାଶା କୁମାରୀ , ରାହୁଲ ପ୍ରଧାନ, ଆଶିଷ ରାଉତ , ଗୋପାଳ ରାଓ, ମୋନାଲି ସାହୁ, ବ୍ରତତି ବିଶ୍ଵପ୍ରଭା ପତି, ରଜନୀ ବିଶି ଓ ସନ୍ଦିପ ଦାଶ ପ୍ରମୁଖ ଉପସ୍ଥିତ ରହି ସୂଚାରୁ ରୂପେ ପରୀକ୍ଷା ପରିଚାଳନା କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା