ଗୋଟିଏ ପଟେ ସଚେତନତା, ଅନ୍ୟପଟେ କାର୍ଯ୍ୟାଳୟରେ ଦିନକୁ ଦିନ ବଢୁଛି ଦୁର୍ନୀତି
ବୌଦ୍ଧ, ୨୦ ଜୁଲାଇ (ହି.ସ.)- ବୌଦ୍ଧ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ବିକୃତ ଚିତ୍ର ନିଜେ ନଦେଖିଲେ ଅନୁଭବ କରିପାରିବେନାହିଁ l ବିଭାଗ ପକ୍ଷରୁ ଗୋଟିଏ ପଟେ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଅନ୍ୟପଟେ ନିଜ କାର୍ଯ୍ୟାଳୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁର୍ନୀତି l ରାଜ୍ୟ ସରକାରଙ୍କ ପକ୍
ବୌଦ୍ଧ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ବିକୃତ ଚିତ୍ର


ବୌଦ୍ଧ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ବିକୃତ ଚିତ୍ର୧


ବୌଦ୍ଧ, ୨୦ ଜୁଲାଇ (ହି.ସ.)- ବୌଦ୍ଧ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ବିକୃତ ଚିତ୍ର ନିଜେ ନଦେଖିଲେ ଅନୁଭବ କରିପାରିବେନାହିଁ l ବିଭାଗ ପକ୍ଷରୁ ଗୋଟିଏ ପଟେ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଅନ୍ୟପଟେ ନିଜ କାର୍ଯ୍ୟାଳୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁର୍ନୀତି l ରାଜ୍ୟ ସରକାରଙ୍କ ପକ୍ଷରୁ ପରିବହନ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରାଯିବା ପରେ ଏବେ କେତେକ କର୍ମଚାରୀ ନିଜେ ଦଲାଲ ସାଜିଥିବା ଅଭିଯୋଗ ହେଉଛି l କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କୁ ଭଲ ବ୍ୟବହାର ଦେଖାଇବା ପରିବର୍ତେ କେତେକ କର୍ମଚାରୀଙ୍କ ଦ୍ୱାରା ନାନା ହଇରାଣ କରାଯାଉଛି l ଏହାସହ ଖୋଲାଖୋଲି ବିଭିନ୍ନ କାମ ପାଇଁ ମନ ଇଛା ଟଙ୍କା ଆଦାୟ କରାଯାଉଛି l ଗତ ଏକ ବର୍ଷ ହେଲା ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ମୁରବି ଶୂନ୍ୟ ହୋଇପଡିଛି l ଜିଲାରେ ସ୍ଥାୟୀ ଆଞ୍ଚଳିକ ପରିବହନ ଅଧିକାରୀ ନଥିବାରୁ ଫୁଲବାଣୀ ଆରଟିଓଙ୍କୁ ବୌଦ୍ଧ ଜିଲା ଦାୟିତ୍ୱ ଦିଆଯାଇଛି l ମୁରବି ଶୂନ୍ୟ କାର୍ଯ୍ୟାଳୟର କର୍ମଚାରୀମାନେ କାହାରି ନିୟନ୍ତ୍ରଣରେ ରହୁନଥିବା ବେଳେ ସାଧାରଣ ଲୋକେ ଛୋଟଛୋଟ କାମ ପାଇଁ ବାରମ୍ବାର ଦୌଡିବାକୁ ପଡୁଥିବା ସହ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି l ଦୁର୍ଘଟଣା ରୋକିବା ପାଇଁ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ବିସ୍ତୃତ ରିପୋର୍ଟ ପ୍ରଦାନ କରାଯାଉଥିବା ସହ ବାରମ୍ବାର ସମୀକ୍ଷା କରାଯାଉଥିଲେ ବି ଜିଲାରେ ଦୁର୍ଘଟଣା କମିବାର ନା ଧରୁନାହିଁ l କେବଳ କାଗଜପତ୍ରରେ ପଦକ୍ଷେପ ଗ୍ରହଣ କରାଯାଉଥିବା ଓ ସଚେତନତା କରାଯାଉଥିବା ଅଭିଯୋଗ ହେଉଛି l ଜିଲାରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ଉଦବେଗ ପ୍ରକାଶ ପାଇଛି । ବୌଦ୍ଧ ଜିଲା ସଡକ ସୁରକ୍ଷା ସମିତି ର ସମୀକ୍ଷା ବୈଠକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଆଞ୍ଚଳିକ ପରିବହନ ଅଧିକାରୀ ଶିଶିର କୁମାର ସାହୁ ଦୁର୍ଘଟଣା ରୋକିବା ପାଇଁ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ବୈଠକରେ ବିସ୍ତୃତ ରିପୋର୍ଟ ପ୍ରଦାନ କରିଥିଲେ । ବାରମ୍ବାର ସମୀକ୍ଷା ସହିତ ଯେପରି ଦୁର୍ଘଟଣା ଶୁନ୍ୟ ଜୀବନ ଯାତ୍ରା ହୋଇପାରିବ ସେଥିପାଇଁ ଗୁରୁତ୍ୱ ଦେବାକୁ ଜିଲାପାଳ ଶ୍ରୀପଣ୍ଡା ପରାମର୍ଶ ଦେଇଥିଲେ । ଜିଲାରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ତେଣୁ ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କୁ ହେଲମେଟ ବ୍ୟବହାର ବାଧ୍ୟତାମୂଳକ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ଏହା ଆଜିଠାରୁ ଲାଗୁ କରିବା ପାଇଁ ଜ଼ିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଟ୍ରିପଲ ରାଇଡିଂ, ବିନା ହେଲମେଟ ଯାତ୍ରୀ, ମଦ୍ୟପାନ, ନିଶାଶକ୍ତ କରି ଗାଡି ଚାଳନା, ଗାଡି ଚଳାଇବା ସମୟରେ ମୋବାଇଲ ବ୍ୟବହାର କରୁଥିବା ଗାଡି ଚାଳକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଗାଡି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ, ଆର୍ଥିକ ଜୋରିମାନା ଓ ଗାଡିର ଫିଟନେସ ରଦ୍ଦ କରାଯିବା ସହିତ ଆବଶ୍ୟକ ହେଲେ କୋର୍ଟ ଚାଲାଣ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ରାତ୍ରୀ ୩ଟା ରୁ ସକାଳ ୬ଟା ପର୍ଯ୍ୟନ୍ତ ରାସ୍ତା ଉପରେ ଟ୍ରକ କିମ୍ବା ଅନ୍ୟ ଭାରୀ ଯାନବାହାନ ପାର୍କିଂ ନକରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସାଳୟ ପହଞ୍ଚlଇଲେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବାକୁ ଏବଂ ସଂପୃକ୍ତ ବ୍ୟକ୍ତିଙ୍କୁ ପୁଲିସ ପକ୍ଷରୁ କୌଣସି ହଇରାଣ ନକରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା । ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଉଚିତ ସମୟ ମଧ୍ୟରେ ଚିକିତ୍ସା ସେବା ଯୋଗାଇ ଜୀବନ ବଞ୍ଚାଇବା ବ୍ୟକ୍ତିଙ୍କୁ ରାହାବୀର ପୁରସ୍କାର ୨୫ ହଜାର ଟଙ୍କା ପ୍ରଦାନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୁଧିଷ୍ଠିର ମେହେର, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସନ୍ଦିପ କୁମାର ଛୁଆଳସିଂହ, ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପ୍ରଦୀପ କୁମାର ଗୁରୁ, ଅବକାରୀ ଅଧିକ୍ଷକ ଶାନ୍ତି ମାରାଣ୍ଡି, ଡିଏସପି ଆନନ୍ଦ କୁମାର ଡୁଙ୍ଗଡୁଙ୍ଗ, ଜ଼ିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ସହକାରୀ ନିର୍ବାହୀ ଯନ୍ତ୍ରୀ ପୂର୍ତ୍ତ ବିଭାଗ କୁନାଚରଣ ସିଂ, ସହକାରୀ ଯନ୍ତ୍ରୀ ଜାତୀୟ ରାଜପଥ ଦିନେଶ ପଟ୍ଟନାୟକ, ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସଗୁ ନାଏକ, ଏମଭିଆଇ ଗୋଲାପ ଚନ୍ଦ୍ର ହାଂସଦା, କନିଷ୍ଠ ଏମଭିଆଇ ସଂଜୟ କୁମାର ବେହେରା, ବୌଦ୍ଧ ଏନଏସି ନିର୍ବାହୀ ଅଧିକାରୀ ସତ୍ୟନାରାୟଣ ପ୍ରଧାନଙ୍କ ସହ କମିଟି ର ସମସ୍ତ ସଭ୍ୟ, ସଭ୍ୟାଙ୍କ ସମେତ ଆଞ୍ଚଳିକ ପରିବହନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ସମ୍ମତ କୁମାର ଅଗ୍ରୱାଲା


 rajesh pande