ଆରଏସଏସର ପ୍ରଚାରକ କୈଳାସ ଜେନାଙ୍କ ବିୟୋଗରେ ସାଂସଦଙ୍କ ଶୋକ
କେନ୍ଦୁଝର, ୨୦ ଜୁଲାଇ (ହି.ସ.)- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ ପ୍ରଚାରକ କୈଳାସ ଜେନାଙ୍କ ବିୟୋଗରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ସୋସିଆଲ ମିଡିଆରେ ନିଜର ଶୋକ ବାର୍ତାରେ କହିଛନ୍ତି, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଚାରକ ତଥା ସେବା ଭାରତୀ ଓଡ଼ିଶା ପୂର
ଆରଏସଏସର ପ୍ରଚାରକ କୈଳାସ ଜେନାଙ୍କ ବିୟୋଗରେ ସାଂସଦଙ୍କ ଶୋକ


କେନ୍ଦୁଝର, ୨୦ ଜୁଲାଇ (ହି.ସ.)- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ ପ୍ରଚାରକ କୈଳାସ ଜେନାଙ୍କ ବିୟୋଗରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ସୋସିଆଲ ମିଡିଆରେ ନିଜର ଶୋକ ବାର୍ତାରେ କହିଛନ୍ତି, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଚାରକ ତଥା ସେବା ଭାରତୀ ଓଡ଼ିଶା ପୂର୍ବ ପ୍ରାନ୍ତର ସଂଗଠନ ସମ୍ପାଦକ କୈଳାସ ଭାଇଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସେ ଜଣେ ସରଳ ଓ ମିଷ୍ଟଭାଷୀ ବ୍ୟକ୍ତି ଥିବା ସହ ଜଣେ ସୁସଙ୍ଗଠକ ଥିଲେ । ମୋର ତାଙ୍କ ସହ ଦୀର୍ଘ ଦିନ ଧରି ଅତ୍ୟନ୍ତ ଘନିଷ୍ଠ ଓ ଆତ୍ମୀୟ ସମ୍ପର୍କ ଥିଲା । ସେ ତାଙ୍କର ସମ୍ପୂର୍ଣ ଜୀବନ ଭାରତ ମାତାଙ୍କ ସେବାରେ ସମର୍ପିତ କରି ଦେଇଥିଲେ । ମା ତାରିଣୀଙ୍କ ନିକଟରେ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande