ଧର୍ମାନ୍ତରଣ ମାମଲା : ଛାଂଗୁର ଗ୍ୟାଙ୍ଗର ଏକ ଅନ୍ୟ ସଦସ୍ୟ ଗିରଫ
ଲକ୍ଷେ୍ଣø, ୨୦ ଜୁଲାଇ(ହି.ସ.) – ଅବୈଧ ଧର୍ମାନ୍ତରଣ ମାମଲାର ମୁଖ୍ୟ ଅଭିଯୁକ୍ତ ଜମାଲ୍ଲୁଦୀନ ଓରଫ ଛାଂଗୁର ଗ୍ୟାଙ୍ଗର ଏକ ଅନ୍ୟ ଅପରାଧୀକୁ ୟୁପି ଏଟିଏସ୍ ରବିବାର ଦିନ ଲକ୍ଷେ୍ଣøରୁ ଗିରଫ କରିଛି। ଏଟିଏସ୍ର ଅଧିକାରୀମାନେ କହିଛନ୍ତି ଯେ ରାଜେଶ କୁମାର ଉପାଧ୍ୟାୟକୁ ଲକ୍ଷେ୍ଣøରେ ଚିନହଟ ସ୍ଥିତ ଘରୁ ଗିରଫ କର
ଧର୍ମାନ୍ତରଣ ମାମଲା : ଛାଂଗୁର ଗ୍ୟାଙ୍ଗର ଏକ ଅନ୍ୟ ସଦସ୍ୟ ଗିରଫ


ଲକ୍ଷେ୍ଣø, ୨୦ ଜୁଲାଇ(ହି.ସ.) – ଅବୈଧ ଧର୍ମାନ୍ତରଣ ମାମଲାର ମୁଖ୍ୟ ଅଭିଯୁକ୍ତ ଜମାଲ୍ଲୁଦୀନ ଓରଫ ଛାଂଗୁର ଗ୍ୟାଙ୍ଗର ଏକ ଅନ୍ୟ ଅପରାଧୀକୁ ୟୁପି ଏଟିଏସ୍ ରବିବାର ଦିନ ଲକ୍ଷେ୍ଣøରୁ ଗିରଫ କରିଛି।

ଏଟିଏସ୍ର ଅଧିକାରୀମାନେ କହିଛନ୍ତି ଯେ ରାଜେଶ କୁମାର ଉପାଧ୍ୟାୟକୁ ଲକ୍ଷେ୍ଣøରେ ଚିନହଟ ସ୍ଥିତ ଘରୁ ଗିରଫ କରାଯାଇଛି। ସେ ମୂଳତଃ ବାରାଣସୀର ବାସିନ୍ଦା। ପ୍ରାରମ୍ଭିକ ଯାଂଚରେ କୁହାଯାଇଛି ଯେ ରାଜେଶ, ଛାଂଗୁର ପାଇଁ ଜମି କିଣାବିକା କରୁଥିଲା। ଏହାସହିତ ଛାଂଗୁରର ଇଶାରାରେ ସେ କୋର୍ଟରେ କେସ୍ ମ୍ୟାନେଜ୍ କରୁଥିଲା। ଛାଂଗୁର ରାଜେଶକୁ ମଧ୍ୟ ବିପୁଳ ଫଣ୍ଡ ମଧ୍ୟ ଦେଇଛି। ଏଟିଏସ୍ ତାକୁ କୋର୍ଟରେ ହାଜିର କରି ଆଗକୁ କାର୍ଯ୍ୟାନୁଷ୍ଠାନ କରୁଛି।

ଉଲ୍ଲେଖନୀୟ ଯେ ଅବୈଧ ଧର୍ମାନ୍ତରଣ ମାମଲାରେ ଯାଂଚ ଏଜେନ୍ସିଂ ସକ୍ରିୟ ଅଛି। ଏହାର ନିକଟ ସମ୍ପର୍କୀୟଙ୍କ ବିଷୟରେ ସୂଚନା ଜୁଟାଇ ସେମାନଙ୍କୁ ଗିରଫ କରାଯାଉଛି। ବିଦେଶରୁ ଆସୁଥିବା ଫଣ୍ଡିଂକୁ ନେଇ ମଧ୍ୟ ଇଡି ମଧ୍ୟ ଯାଂଚ ତୀବ୍ର କରିଦେଇଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande