ଭୁବନେଶ୍ୱର, ୨୦ ଜୁଲାଇ (ହି.ସ)- ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଚାରକ ତଥା ସେବା ଭାରତୀ ଓଡ଼ିଶା ପୂର୍ବ ପ୍ରାନ୍ତର ସଂଗଠନ ସମ୍ପାଦକ କୈଳାସ ଭାଇଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି।
ଏକ୍ସରେ ଶ୍ରୀ ପ୍ରଧାନ କହିଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଚାରକ ତଥା ସେବା ଭାରତୀ ଓଡ଼ିଶା ପୂର୍ବ ପ୍ରାନ୍ତର ସଂଗଠନ ସମ୍ପାଦକ କୈଳାସ ଭାଇଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ସେ ଜଣେ ସରଳ, ସ୍ୱାଭିମାନୀ ଓ ମିଷ୍ଟଭାଷୀ ସ୍ୱଭାବର ବ୍ୟକ୍ତି ଥିଲେ। ତାଙ୍କୁ ମୁଁ ଦୀର୍ଘ ଦିନ ଧରି ଜାଣିଛି। ସେ ଜଣେ ସୁସଂଗଠକ ଥିଲେ । ରାଷ୍ଟ୍ରୀୟ ବିଚାରଧାରାକୁ ପ୍ରଚାର କରାଇବାରେ ତାଙ୍କର ଯୋଗଦାନ ଚିର ସ୍ମରଣୀୟ ହୋଇ ରହିବ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଓଁ ଶାନ୍ତି
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା